Odia News Portal

ବିକାନେର ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି

ବିକାନେର-ଗୁଆହାଟି ଏକ୍ସପ୍ରେସ ଦୁର୍ଘଟଣାରେ ଘଟଣାରେ ଆଜି ସରିଲା ଉଦ୍ଧାର କାର୍ୟ୍ୟ । ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏଥିସହ ୩୬ ଆହତଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରେନରେ ଥିବା ବାକି ଯାତ୍ରୀଙ୍କୁ ସ୍ୱତନ୍ତ୍ର ଟ୍ରେନରେ ଗୁଆହାଟି ସ୍ଥାନାନ୍ତର କରାଯାଇଛି । ସେପଟେ କେମିତି ହେଲା ରେଳ ଦୁର୍ଘଟଣା? ଟ୍ରେନ୍ ଲାଇଚ୍ୟୁତ ହେବାର କାରଣ କ’ଣ? ବିକାନେର- ଗୁଆହାଟି ଏକ୍ସପ୍ରେସର ପ୍ରାୟ ୧୨ ବଗି ଲାଇନଚ୍ୟୁତ ଘଟଣାର କାରଣ ଖୋଜୁଛି ଉଚ୍ଚସ୍ତରୀୟ ତଦନ୍ତ କମିଟି ।
ଅନ୍ୟପକ୍ଷରେ ଆଜି ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ମେଡିକାଲ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଂଚିଛନ୍ତ । ଏହି ଘଟଣାରେ ରେଲଓ୍ୱେ ସେଫ୍ଟି କମିଶନର ପୁରା ଘଟଣାର ଯାଞ୍ଚ କରୁଛି । ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ପରିବାରକୁ ୫ ଲକ୍ଷ ଟଙ୍କା ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।