Odia News Portal

ରାଜ୍ୟରେ ବାର୍ଡ ଫ୍ଲୁ ଆଶଙ୍କା ; ଚିଲିକାରୁ ଗଲା ସାମ୍ପଲ

ଭୁବନେଶ୍ୱର : ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲ୍ୟୁ ଚିହ୍ନଟ ହେବା ପରେ ସକ୍ରିୟ ହୋଇଛନ୍ତି ରାଜ୍ୟ ସରକାର । ତୁରନ୍ତ ପଦକ୍ଷେପ ନେବାକୁ ଯାଇ ଚିଲିକାରୁ ପ୍ରାଥମିକ ଭାବେ ସାମ୍ପଲ ସଂଗ୍ରହ ହୋଇଛି । ପ୍ରାଣୀଧନ ବିଭାଗ ପକ୍ଷରୁ ଚିଲିକାରୁ ୪ଶହ ପକ୍ଷୀ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଚିଲିକା ସହ ଓୟୁଏଟିରୁ କୁକୁଡା ସାମ୍ପଲ ମଧ୍ୟ ସଂଗ୍ରହ କରାଯାଇଛି । ଫୁଲନଖରା ପଶୁରୋଗ ଗବେଷଣା ପ୍ରତିଷ୍ଠାନକୁ ନମୁନା ପରୀକ୍ଷା ପାଇଁ ଯାଇଛି । ଚିଲିକା ନଳବଣରୁ ମଧ୍ୟ ସାମ୍ପଲ ସଂଗ୍ରହ କରାଯିବ ବୋଲି ଜଣାପଡିଛି ।