Odia News Portal

ଟୋକିଓ ଅଲମ୍ପିକରେ ଓଡ଼ିଆ ଖେଳାଳୀ ବିରେନ୍ଦ୍ର ଲାକ୍ରାଙ୍କୁ ଉପଅଧିନାୟକ ପଦବୀ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ଲାଗି ଭାରତୀୟ ହକି ଦଳ ଘୋଷଣା ହୋଇଛି । ତେବେ ଓଡ଼ିଶା ବାସୀଙ୍କ ଲାଗି ଏକ ଖୁସି ଖବର । ଭାରତୀୟ ହକି ଦଳର ଉପଅଧିନାୟକ ଭାବେ ବିରେନ୍ଦ୍ର ଲାକ୍ରାଙ୍କ ନାମକୁ ଘୋଷଣା କରିଛି ହକି ଇଣ୍ଡିଆ । ସେପଟେ ହରମନପ୍ରୀତ ସିଂଙ୍କୁ ଅଧିନାୟକ ଭାବେ ଘୋଷଣା କରାଯାଇଛି । ଉଭୟ ଦଳର ଭାର ସମ୍ଭାଳିବେ । ସେପଟେ ମହିଳା ହକି ଦଳରେ ମଧ୍ୟ ଦୀପଗ୍ରେସ ଏକ୍କାଙ୍କୁ ଉପଅଧିନାୟକ ଭାବେ ଘୋଷଣା କରିଛି ହକି ଇଣ୍ଡିଆ । ଉଭୟ ପୁରୁଷ ଓ ମହିଳା ଦଳରେ ଓଡ଼ିଆଙ୍କୁ ପ୍ରାଧାନ୍ୟ ଦେବା ଓଡ଼ିଶା ବାସୀଙ୍କ ଲାଗି ଏକ ଖୁସି ଖବର ।