Odia News Portal

ଧାରଣାରେ ବିଜେଡି ବିଧାୟକ

ଭୁବନେଶ୍ୱର: ମୌସୁମୀ ଅଧିବେଶନ ଶେଷ ଦିନରେ ଚାଲିପାରିଲାନି ଗୃହ । ବିରୋଧୀ ଓ ଶାସକ ଦଳହୋଇଛନ୍ତି ମୁହାଁମୁହିଁ । ଆଜି ଗୃହ କାର‌୍ୟ୍ୟ ଆରମ୍ଭରୁ ହୋହଲ୍ଲା କରିଥିଲେ ବିରୋଧୀ । ଗୃହ ଚଳାଇ ନଦେବାକୁ ନେଇ ପ୍ରତିବାଦ କରିଛି ବିଜେଡି । ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।ସାର, ଫସଲ ବୀମା ଓ ଏମଏସପି ବୃଦ୍ଧି ପାଇଁ ସ୍ୱାମୀନାଥନ୍ କମିଟି ସୁପାରିଶ ଲାଗୁ ଦାବିରେ ବିଜେଡି ବିଧାୟକମାନେ ଧାରଣା ଦେଇଛନ୍ତି । କେନ୍ଦ୍ରୀୟ ଅବହେଳାକୁ ନେଇ ପ୍ରତିବାଦ କରିଛି ବିଜେଡି। ହାତରେ ବ୍ୟାନର ଧରି କେନ୍ଦ୍ର ଅବହେଳା ନାରା ଦେଇଥିଲେ ବିଜେଡି ବିଧାୟକ ।