Odia News Portal

ବିଜେଡିର ନୂଆ ମିଡିଆ ଟିମ୍ ଚୟନ: ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ତାଲିକା ଜାରି କଲା ଦଳ

ଶାସକ ବିଜେଡିର ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ତାଲିକା ଜାରି ହୋଇଛି। ୧୬ ଜଣଙ୍କୁ ମୁଖପାତ୍ର ଦାୟିତ୍ବ ଦିଆଯାଇଥିବା ବେଳେ ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଦାୟିତ୍ବ ଦିଆଯାଇଛି। ଜାତୀୟ ସ୍ତରରେ ମୁଖପାତ୍ର ଭାବେ ୬ ଜଣଙ୍କୁ ଦାୟିତ୍ବ ଦିଆଯାଇଛି। ଜାତୀୟ ସ୍ତରରେ ୬ ଜଣ ହେଲେ ପିନାକୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ଶର୍ମିଷ୍ଠା ସେଠୀ।ସେହିଭଳି ଜାତୀୟ ମୁଖପାତ୍ର ଭାବେ ପ୍ରସନ୍ନ ଆଚାର୍ଯ୍ୟ,ପିନାକୀ ମିଶ୍ର,ଅଚ୍ୟୁତ ସାମନ୍ତ,ଡ. ଅମର ପଟ୍ଟନାୟକ (ଅର୍ଥନୀତି ଓ ବୈଦେଶିକ ବ୍ୟାପାର),ଡ. ସସ୍ମିତ ପାତ୍ର,ଶର୍ମିଷ୍ଠା ସେଠୀ ଚୟନ ହୋଇଛନ୍ତି |

ଅନ୍ୟପକ୍ଷେ ମୁଖପାତ୍ର ଭାବେ ପ୍ରତାପ କେଶରୀ ଦେବ,ଚନ୍ଦ୍ର ଶେଖର ସାହୁ,ରମେଶ ଚନ୍ଦ୍ର ମାଝି, ସ୍ନେହାଙ୍ଗିନୀ ଛୁରିଆ,ଡ. ବ୍ୟୋମକେଶ ରାୟ,ଡ. ରାଶେଶ୍ୱରୀ ପାଣିଗ୍ରାହୀ,କସ୍ତୁରୀ ମହାପାତ୍ର,ଅନୁଭବ ପଟ୍ଟନାୟକ,ଲୋପାମୁଦ୍ରା ବକ୍ସିପାତ୍ର, ଲେନିନ୍ ମହାନ୍ତି, ସଞ୍ଜୟ ବାବୁ,ସୁଲତା ଦେଓ, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାଶ, ଡ. ହରିଶ ଚୌଧୁରୀ ପ୍ରମୁଖ ରହିଛନ୍ତି |

ପାନେଲିଷ୍ଟରେ ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବତ୍ତ ମାଝି, ଚକ୍ରଧର ଦାସ, ଓମ୍ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇପ୍‌ସିତା ସାହୁ, ଜ୍ୟୋତ୍ସାମୟୀ ପରିଡ଼ା, ସୋଫିଆ ଆଲମ୍, ତୁମ୍ଭନାଥ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଅମିତ୍ ମଲ୍ଲିକ, ଛବି ମାହାଲି,ମୀନାକ୍ଷୀ ମିଶ୍ର, ସ୍ମୃତି ନନ୍ଦ ଆଦି କର୍ମକର୍ତ୍ତା ସାମିଲ ଅଛନ୍ତି |