Odia News Portal

ଭଦ୍ରକରେ ଗୁରୁମନ୍ତ୍ର ଦେବେ ବିଜେଡ଼ି ସୁପ୍ରିମୋ

ଭଦ୍ରକ: ଭଦ୍ରକରେ ଆଜି ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ । ଏନେଇ ପ୍ରସ୍ତୁତ ହୋଇଛି ଭଦ୍ରକ ନେହେରୁ ଷ୍ଟାଡିୟମ । କାର୍ଯ୍ୟକ୍ରମରେ ସାମିଲ ହେବେ ଦଳର ବହୁ ଯୁବନେତା । ଭର୍ଚୁଆଲ ମାଧ୍ୟମରେ ଯୁବ ଛାତ୍ର ନେତା ଏବଂ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗାମୀ ଦିନର ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ତୃଣମୂଳସ୍ତରରେ ଯୁବ ଓ ଛାତ୍ର କର୍ମୀମାନଙ୍କୁ ଦିଆଯିବ ଗୁରୁମନ୍ତ୍ର ।

ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟ କିପରି ଜିଲ୍ଲାର କୋଣ ଅନୁକୋଣରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ଯୁବ, ଛାତ୍ର ନେତା ମାନଙ୍କୁ ଆହ୍ୱାନ ଦିଆଯିବ। ବିଜେଡ଼ିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ , ବିଧାୟକମାନେ ସମ୍ମିଳନୀରେ ଉପସ୍ଥିତ ରହିବେ ।

ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଚାଲୁଥିବା ବେଳେ, ନିଜେ ରାଜ୍ୟ ବିଜୁ ଯୁବ ସଭାପତି ଓ ଭଦ୍ରକ ବିଧାୟକ, ଜିଲ୍ଲା ସଭାପତି ପ୍ରମୁଖ ନେହେରୁ ଷ୍ଟାଡିୟମରେ ବୁଲି ପ୍ରସ୍ତୁତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।