Odia News Portal

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆଜି ବିଜେପି ପକ୍ଷରୁ ଆଜି ସମ୍ବଲପୁର ଜିଲ୍ଲା ୧୨ ଘଂଟିଆ ବନ୍ଦ । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ମାମଲାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦାବିରେ ଏହି ବନ୍ଦ ଡାକରା ଦେଇଛି ବିଜେପି । ସକାଳୁ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି । ଜିଲ୍ଲାରେ କାଁଭାଁ ବସ୍ ଚଳାଚଳ କରୁଥିବା ବେଳେ ଦୋକାନବଜାର ବନ୍ଦ ରହିଥିବା ଜଣାଯାଇଛି । ସାଧାରଣଜନଜୀବନ ବ୍ୟାହତ ହୋଇଥିବାର ପରିଲକ୍ଷିତ ହୋଇଛି। ତେବେ ଏହି ବନ୍ଦରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି । ଏହି ବନ୍ଦକୁ ଲୋକେ ସ୍ବତଃସ୍ଫୁର୍ତ୍ତ ସମର୍ଥନ ଦେଉଥିବା ବିଜେପି କର୍ମୀମାନେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଯଦି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନ କରନ୍ତି, ତେବେ ପ୍ରତିବାଦକୁ ଆହୁରି ତୀବ୍ରତର କରାଯିବ ବୋଲି ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।