Odia News Portal

ଟିକାକୁ ନେଇ ବିଜେପି-ବିଜେଡି କଳି

ଭୁବନେଶ୍ୱର: ଟିକାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଳି ଦେଖାଦେଇଛି । ବିଜେଡି ସାଂସଦ ଅମର ପଟ୍ଟନାୟକ ଗତକାଲି ଗଣମାଧ୍ୟମକୁ ଏକ ପ୍ରତିକ୍ରିୟାରେ କହିଥିଲେ କି କୋଭାକ୍ସିନକୁ ଡବ୍ଲୁଏଚଓ ଅନୁମୋଦନ ନଦେବା କାରଣରୁ ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିବାରେ ବାଧା ଉପୁଜୁଛି । ତେବେ ଏଦିଗରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଧ୍ୟାନ ଦେଉବୋଲି ସେ ପରାମର୍ଶ ଦେଇଥିଲେ ।

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର । ସାଂସଦଙ୍କ ମନ୍ତବ୍ୟ ମିଥ୍ୟା ଓ ବିଭ୍ରାନ୍ତିକର ଯାହାକି ଜନ ବିରୋଧୀ ଏବଂ ଏହା ଦୁର୍ଭାଗ୍ୟଜନକ ମନ୍ତବ୍ୟ । କେବଳ ଲୋକଙ୍କୁ ଭୟଭୀତ କରାଇବା ଲାଗି ସାଂସଦ ଏଭଳି ମନ୍ତବ୍ୟ ଦେଇଛନ୍ତି । ଡବ୍ଲୁଏଚଓ ଟିକାନେଇ ବିଦେଶ ଯାତ୍ରା ଉପରେ କୌଣସି ସର୍ତ୍ତ ରଖିନଥିବା କହିଛନ୍ତି ଲେଖାଶ୍ରୀ । ସେପଟେ ବିଜେପି ବିଜେଡିର ଟିକାକଳିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନାଥାଉକି, ଗତକାଲି ଗତକାଲି ବିଏମସି କମିଶନର ସୂଚନା ଦେଇଛନ୍ତି କି ବିଦେଶ ଯାତ୍ରା କରୁଥିବା ଛାତ୍ର ଛାତ୍ରୀଙ୍କୁ ଟିକା ଦିଆଯିବା ନେଇ ସୂଚନା ଦେଇଥିଲେ । ସେପଟେ କୋଭାକ୍ସିନକୁ ଡବ୍ଲୁଏଚଓ ମାନ୍ୟତା ଦେଇନାହିଁ । ଯାହାକୁ ନେଇ ବିଜେଡି ଓ ବିଜେଡି ମଧ୍ୟରେ କଥା କଟାକଟି ହୋଇଛି ।