Odia News Portal

ପୁରୀରେ ଫେଲ୍‌ ମାରୁଛି ବିଜେପିର ରଣନୀତି

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ବିଜେପିର ରଣନୀତି ବାରମ୍ବାର ଫେଲ୍‌ ମାରୁଛି ।ବିଭିନ୍ନ ପ୍ରସଙ୍ଗକୁ ଆଳ କରି ସରକାରଙ୍କୁ ଘେରିବାାଇଁ ଯେତେ ଯାହା କଲେ ବି ତାହା ଦାନା ଧରୁନାହିଁ । ସାଧାରଣ ଲୋକେ ବି ବିଜେପି ସହିତ ପୁରୀ ଯିବା ପାଇଁ ରାଜି ନୁହନ୍ତି । ଏଭଳି ବିଫଳତାକୁ ସାଧାରଣ ଲୋକେ ‘ସବୁ କାଳିଆର ଇଚ୍ଛା’ ବୋଲି କହୁଛନ୍ତି ।
 
ବିଗତ ଦିନର କେତେକ ଘଟଣାରୁ ଏହା ଜଳ ଜଳ ହୋଇ ଦିଶୁଛି । କରୋନା ସଂକ୍ରମଣ ଯେତେବେଳେ ସର୍ବୋଚ୍ଚ ସ୍ତରରେ ଥିଲା ସେତେବେଳେ ପୁରୀ ରଥାଯାତ୍ରାକୁ ନେଇ ଦେଖା ଦେଇଥିଲା ଅନିଶ୍ଚିତତା । ଏହି ଅନିଶ୍ଚିତତା କ୍ରମେ ରାଜନୀତିର ରୂପ ନେଇଥିବାବେଳେ ବିଜେପି ଏଥିରେ କୁଦି ପଡିଥିଲା । ସରକାରଙ୍କ ମୁଣ୍ଡରେ ଦୋଷ ଲଦିବାାଇଁ ସବୁ ପ୍ରକାର ପ୍ରସ୍ତୁତି ଚଳାଇଥିଲା । ହେଲେ ଶେଷ ମୂହୂର୍ତ୍ତରେ ଶ୍ରୀଜଗନ୍ନାଥଙ୍କ ଆର କରୁଣାରୁ ରଥାଯାତ୍ରା ସୁରୁଖୁରୁରେ ହୋଇଥିଲା । ଏହାପରେ ପୁରୀ ଠାରେ ଐତିହ୍ୟ କରିଡର ନିର୍ମାଣକୁ ନେଇ ବିଜେପି ଖୋଲାଖୋଲି ଭାବେ ବିରୋଧ କରିଥିଲା । ବିଶେଷକରି ମଠ ଜମି ବିକ୍ରି ହୋଇ ଯାଇଛି ବୋଲି ପ୍ରଚାର ଚଳାଇଥିଲା ।
 
ଏହି ଘଟଣାରେ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢି ହାରିଥିବା ବିଜେପି ନେତା ସମ୍ବିତ ପାତ୍ର ପୁରୀରେ ରାତାରାତି ପଞ୍ଚିବା ସହିତ ଧାରଣାରେ ବସିଥିଲେ । ଏହାପରେ ଏହି ମାମଲାରେ ସାଧାରଣ ଜନତାଙ୍କ ମତ ଲୋଡିବା ପାଇଁ ମୋବାଇଲ୍‌ ଆ୍‌ର ବି ଧୂମଧାମ ଲଞ୍ଚ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହାର କି ଅବସ୍ଥା ହେଲା ତାହା ବିଜେପିର କର୍ମୀମାନେ ବି କହିପାରୁ ନାହାନ୍ତି । ଶ୍ରୀ ପାତ୍ର ଏହି ଘଟଣାରେ ପୁରୀରେ ଧାରଣା ଠାରୁ ଆରମ୍ଭକରି ଭୁବନେଶ୍ୱରରେ ଘନ ଘନ ସାମ୍ବାଦିକ ସମ୍ମିଳନୀ ବି କରିଥିଲେ । ହେଲେ ବିଜେପି ଏଥିରୁ ପଇସାଟିଏର ଫାଇଦା ପାଇ ପାରିଲା ନାହିଁ ।
 
ଏବେ ଜାତୀୟ ଐତିହ୍ୟ ପ୍ରାଧିକରଣଙ୍କ ସଦସ୍ୟ କଟକଣା ଜାରି ଓ ୭୨ଘଣ୍ଟା ମଧ୍ୟରେ ତାହାର ପ୍ରତ୍ୟାହାର କୁ ନେଇ ଲୋକେ ବିଜେପିକୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏହାକୁ ଏକ ତ୍ରୁଟି ବୋଲି ଦର୍ଶାଇ ପ୍ରତ୍ୟାହାର ହେଲା ବୋଲି ସୂଚନା ଦେଇଛନ୍ତି । ତେବେ ଏହି କଟକଣାକୁ ଯେତେବେଳେ ସେବକଙ୍କ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଏପରିକି ସାଧାରଣ ଲୋକେ ଘୋର ବିରୋଧ କଲେ ସେତେବେଳେ ବିଜେପିର କୌଣସି ନେତା ଆଗକୁ ଆସି ଏହାର ପ୍ରତ୍ୟାହାର ପାଇଁ ଦାବି କଲେ ନାହିଁ ।
 
ତେବେ ପୁରୀ ବିଧାନସଭା ଆସନଟିକୁ ବିଜେପି ହାତେଇ ଥିବାବେଳେ ବ୍ରହ୍ମଗିରିକୁ ମିଶାଇ ଦୁଇଟି ଆସନ ପାଇଛି । ପୁରୀରେ ଲୋକସଭା ନିର୍ବାଚନ ଲଢିଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ବି ସାଧାରଣ ବ୍ୟବଧାନରେ ପରାସ୍ତ ହୋଇଥିଲେ । ତେବେ ଶ୍ରୀକ୍ଷେତ୍ରରୁ ବିଜେପି ଯେତେ ଅଭିଯାନ ଆରମ୍ଭ କରୁଛି ତାହା କାହିଁକି ଫଳବତୀ ହୋଇପାରୁ ନାହିଁ ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି ।