Odia News Portal

ଧର୍ମାନୁଷ୍ଠାନ ଖୋଲିବା ନେଇ ଗାଇଡ୍ ଲାଇନ୍ ଜାରି କଲା ବିଏମସି

 ଆସନ୍ତା ସେପ୍ଟେମ୍ବର ମାସରୁ ବିଏମସି ଅଞ୍ଚଳରେ ଖୋଲିବାକୁ ଯାଉଛି ଧର୍ମାନୁଷ୍ଠାନ । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ମିଳିଥିବା ବେଳେ ବିଏମସି ଅଞ୍ଚଳରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି ଟିକେ ଡେରିରେ ନିଷ୍ପତି ନେଇଥିଲା ।

ତେବେ ରାଜଧାନୀରେ କରୋନା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଆସନ୍ତା ସେପ୍ଟେମ୍ବର ପହିଲାରୁ ବିଏମସି ଅଞ୍ଚଳରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଯାଉଛି ।

ଏପଟେ ଆଜି ଧର୍ମାନୁଷ୍ଠାନ ଖୋଲିବା ପୂର୍ବରୁ ବିଏମସି ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ୍ । 

ସମସ୍ତ କରୋନା କଟକଣା ମଧ୍ୟରେ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବାକୁ ବିଏମସି ଗାଇଡଲାଇନ୍ ଜାରି କରିଛି । ମନ୍ଦିର ଭିତରକୁ ନିର୍ଦ୍ଧାରିତ ସଂଖ୍ୟାରେ ଭକ୍ତ ମାନଙ୍କୁ ଯିବାକୁ ଅନୁମତି ମିଳିବ ।

ସବୁଠାରୁ ବଡ଼ କଥା ହେଲା ଦୁଇଟି ଯାକ ଡୋଜ୍ ନେଇଥିବା ଭକ୍ତ ମାନଙ୍କୁ ହିଁ ମନ୍ଦିର ଭିରକୁ ପ୍ରବେଶ କରିବାକୁ ଅନୁମତି ମିଳିବ । ଏହା ସହ ମନ୍ଦିର ଭିତରେ ଦୀପ ଜାଳିବା ଓ ଭୋଗ ନେବା ଉପରେ ମଧ୍ୟ କିଛି କାଂଶରେ କଟକଣା ଲଗାଇଛି ବିଏମସି ।

ସମସ୍ତ ଏସଓପି ପାଳନ କରି ମନ୍ଦିର ଖୋଲିବାକୁ ବିଏମସି ପକ୍ଷରୁ କଡା ନିର୍ଦ୍ଦେଶ ରହିଛି । ନିୟମ ଉଲଘଂନ କଲେ ମନ୍ଦିର ଟ୍ରଷ୍ଟ ସମେତ ନିୟମ ଭାଙ୍ଗିଥିବା ଭକ୍ତ ମାନଙ୍କୁ ବି ଫାଇନ୍ କରାଯିବ ବୋଲି ଜଣାପଡିଛି