Odia News Portal

ଓଲଟିଲା ଡଙ୍ଗା, ୨ ନିଖୋଜ

ପାରାଦୀପ: ଡଙ୍ଗା ଓଲଟି ପଡିବାରୁ ୨ ନିଖୋଜ ହୋଇଯାଇଥିବା ଜଣାପଡିଛି । ତେବେ ଆଜି ପାରାଦୀପ ନେହରୁ ବଙ୍ଗଳା ପାଖ ମୁହାଣରେ ଘଟିଛି ଏଭଳି ଅଘଟଣ । ସୂଚନା ଆନୁଯାୟୀ ଡଙ୍ଗାରେ ମୋଟ ୫ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ୨ ନିଖୋଜଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଚାଲିଛି ।