Odia News Portal

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଗୋବିନ୍ଦା

ପୁରୀ: ବଲିଉଡ ଫିଲ୍ମ ଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମ ପତ୍ନୀ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ମହାପ୍ରଭୁଙ୍କ ଅତି ନିକଟକୁ ଯାଇ ଦର୍ଶନ କରି ବିମୁଗ୍ଧ ହୋଇ ଯାଇଥିଲେ ଗୋବିନ୍ଦା । ତେବେ ମହାପ୍ରଭୁଙ୍କ ଆଶୀର୍ବାଦରେ ତାଙ୍କୁ ଦୈବୀ କୃପା ମିଳିଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ବିଗତ କିଛି ଦିନ ଧରି ସେ ବନ୍ଧନ ଯୁକ୍ତ ହୋଇ ଯାଇଥିଲେ |

ଆଜି ମହାପ୍ରଭୁଙ୍କ ଦର୍ଶନ ପରେ ସେ ସବୁ ବନ୍ଧନରୁ ମୁକ୍ତ ହୋଇଛନ୍ତି ଓ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ସେ ରାଜନୀତି ଠାରୁ ବହୁତ ଦୂରକୁ ଚାଲି ଯାଇଥିବା କଥା ମଧ୍ୟ କହିଛନ୍ତି। ରାଜନୀତିରେ ସେ ସବୁଦିନ ପାଇଁ ଓହରି ଯାଇଥିବା ସେ କହିଛନ୍ତି।ତେବେ ଶ୍ରୀମନ୍ଦିର ବାହାରକୁ ଆସି ଐତିହ କରିଡର ଭିତରେ ଫୋଟୋ ଉଠାଇ ଥିଲେ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ। ଏଭଳି ସାନିଧ୍ୟ ବାରମ୍ବାର ଆସୁ ବୋଲି ସେ ମତ ରଖିଥିଲେ। ଭବାନୀ ସଙ୍କର ମହାପାତ୍ର ଶ୍ରୀମନ୍ଦିରରେ ତାଙ୍କୁ ସ୍ୱାଗତ କରିବା ସହିତ ସମସ୍ତ ପୂଜାର୍ଚ୍ଚନା କରିଥିଲେ। ତାଙ୍କୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ମଧ୍ୟ ପ୍ରଦାନ କରିଥିଲେ।