Odia News Portal

ଦୁର୍ଘଟଣାରେ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ

ବୌଦ୍ଧ: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମଟିଆଠରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଘାଡ଼ି ଧକ୍କାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମୁସୁଡ଼ା ଗ୍ରାମର ଝାଣ୍ଟୁ ଚରଣ ବେହେରା ଓ ବ୍ରାହ୍ମଣୀ ଗ୍ରାମର ଝାଣ୍ଟୁ ଭୋକ୍ତା। ଉଭୟ ବନ୍ଦୁ ଏକ ବାଇକ୍ରେ ଘରକୁ ଫେରୁଥିବା ବେଳେ ରଙ୍ଗମାଟିଆଠାରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ବୌଦ୍ଧ ପୋଲିସ ପହଞ୍ଚି ସେମାନଙ୍କ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।