Odia News Portal

ଶାଳୀକୁ ବିବାହ ପ୍ରତିଶ୍ରୃତି ଦେଇ ସାଙ୍ଗ ସହ ମିଶି ଦୁଷ୍କର୍ମ କଲା ଭିଣୋଇ

ବାଲେଶ୍ୱର: ବିଶ୍ୱାସରେ ବିଷ ଦେଲା ପ୍ରେମିକ । ସମ୍ପର୍କୀୟ ଶାଳୀକୁ ବିବାହ କରିବାର ପ୍ରତିଶ୍ରୃତି ଦେଇ ନାବାଳିକା ଶାଳୀକୁ ଦୁଷ୍କର୍ମ କରିଛି ଭିଣୋଇ । ନିଜେ ଦୁଷ୍କର୍ମ କରିବା ସହ ସାଙ୍ଗ ସହ ମିଶି ଗଣଦୁଷ୍କର୍ମ କରିଛି । ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଭିଣୋଇ ଓ ସାଙ୍ଗକୁ ଗିରଫ କରିଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରୁ ଆସିଛି ଏଭଳି ଖବର । ଗିରଫ ଅଭିଯୁକ୍ତ ହେଲା ଭିଣୋଇ ବିଦ୍ୟାଧର ବେହେରା ଓ ଜାକସନ ମାଝୀ ।

ପାଉସିଆପଦାର ବିଦ୍ୟାଧର ସମ୍ପର୍କୀୟ ଶାଳୀକୁ ବିବାହ କରିବାକୁ କହି ଘରୁ ନେଇ ଆସିଥିଲା । ଗୋଟିଏ ବନ୍ଦ ଘର ଭିତରେ ଦିନ ସାରା ରଖୁଥିଲା । ସୋର ଅଞ୍ଚଳରେ ଏକ ବନ୍ଦ ଘରେ ରଖିଥିଲେ । ରାତିରେ ଦୁଇ ସାଙ୍ଗ ମିଶି ଦୁଷ୍କର୍ମ କରୁଥିଲେ । ତେବେ ଗତ ୨୭ ତାରିଖରେ ନାବାଳିକାଙ୍କୁ ୬ଜଣ ଯୁବକ ଆଣି ଘର ପାଖରେ ଛାଡିଥିଲେ । ଏହାପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଗିରଫ କରାଯାଇଛି ।