Odia News Portal

ପୁଣି ରାଜଧାନୀରୁ ଜବତ ହେଲା ଧଳାଜହର

ଭୁବନେଶ୍ୱର: ଥମୁନି ବ୍ରାଉନସୁଗର ବେପାର। ରାଜଧାନୀରୁ ପୁଣି ଜବତ ହେଲା ଧଳାଜହର। ୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ଶହୀଦ ନଗର ଥାନା ପୋଲିସ। ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ବ୍ରାଉନସୁଗାର କାରବାର କରୁଥିବା ୨ ବେପାରୀ ଧରିଥିବା ବେଳେ ସେମାନଙ୍କ ନିକଟରୁ ଏକ ଦାମୀ କାର୍ ଏବଂ ୨ଟି ବାଇକକୁ ଜବତ କରିଛି ପୋଲିସ।