Odia News Portal

ପୁଣି ଜଳେଶ୍ୱରରୁ ଜବତ ହେଲା ଧଳାଜହର

ବାଲେଶ୍ୱର: ଦିନକୁ ବଢ଼ିବାରେ ଲାଗିଛି ନିଶା କାରବାର । ଜଳେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ଜଳେଶ୍ବର ପୁଲିସ ଦ୍ବାରା ଗୁରୁବାର ରାତିରେ ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ନଦୀବନ୍ଧ ଅଞ୍ଚଳରୁ ୨୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏଥିସହିତ ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ପୁଲିସ। ଜବତ ବ୍ରାଉନସୁଗାରର ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ ସୂଚନାଦିଆଯାଇଛି।

ଅଟକ ଦୁଇ ଜଣ ହେଲେ ଝାଡଶ୍ୱରପୁର ଗ୍ରାମ ନୁରୁ ଖାଁ ର ପୁତ୍ର ସମୀର ଖାଁ ଓ ରାଜପୁର ଗ୍ରାମର ସେକ ଆଇମତ(ବୁଦ୍ଧିଆ)। ଗତକାଲି କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ପୁଲିସ୍ ଏକ ଟିମ ଗଠନ କରି ବିଳମ୍ବିତ ରାତି ଜଳେଶ୍ୱର ଝାଡ଼େଶ୍ୱର ପୁର ଓ ରାଜପୁର ନଦୀ ବନ୍ଧ ଅଂଚଳରେ ଚଢ଼ାଉ କରିଥିଲା। ଏହି ସମୟରେ ରାଜପୁର ନଦୀ ବନ୍ଧ ଅଞ୍ଚଳରେ ବ୍ରାଉନସୁଗାର ନେଣଦେଣ ଚାଲିଥିଲା ବେଳେ ଦୁଇ ବ୍ରାଉନ ସୁଗାର ବ୍ୟବସାୟୀକୁ ଅଟକ କରିବା ସହିତ ତାଙ୍କ ନିକଟରୁ ୨୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୁଲିସ। ଜବତ ବ୍ରାଉନ ସୁଗାରର ବଜାରର ମୂଲ୍ୟ ୨୮ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅଟକ ଦୁଇ ବ୍ରାଉନ ସୁଗାର ବେପାରି ହେଲେ ଝାଡ଼େଶ୍ୱରପୁର ଅଞ୍ଚଳର ସମୀର ଖାଁ ଓ ରାଜପୁର ଅଞ୍ଚଳର ସେକ ଆଈମତ (ବୁଦ୍ଧିଆ)। ୨୯୭/୨୧ ନଂରେ ମାମଲା ରୁଜୁକରି ପୁଲିସ ସେମାନଙ୍କୁ ଅଟକ ରଖି ଅଧିକ ତଦନ୍ତଜାରି ରଖିଛି ।