Odia News Portal

ଓଲଟିଲା ଯାତ୍ରୀବାହୀ ବସ୍‌, ୫ ଆହତ

ଢେଙ୍କାନାଳ: ଓଲଟିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୫ଜଣ ଆହତ । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାମିଆଳ ବ୍ରିଜ ନିକଟରେ ଘଟିଛି ଏହି ଅଭାବନୀୟ ଦୁର୍ଘଟଣା ।

ସୂଚନାନୁଯାୟୀ, ‘ଶ୍ରୀରାମଜୀ’ ନାମକ ଯାତ୍ରୀବାହୀ ବସ୍‌ଟି ରାଉରକେଲାରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା । ବସ୍‌ରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିଲା ବସ । କିନ୍ତୁ କାମାକ୍ଷାନଗର ଥାନା ରାମିଆଳ ବ୍ରିଜ ନିକଟରେ ଯାତ୍ରୀବାହି ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡିଥିଲା । ଯାହାଫଳରେ ଗାଡିରେ ଥିବା ୫୦ଜଣ ଯାତ୍ରୀଙ୍କ ମଧ୍ୟରୁ ୫ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଗତକାଲି ଭୋର ସମୟରେ କଳାହାଣ୍ଡି ଜିଲ୍ଲା ଆମପାଣି ଘାଟିରେ ‘ଦିଲଖୁସ୍’ ନାମକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ବେଳେ ବସ୍‌ଟି ଆମପାଣି ଘାଟିର ଦ୍ୱିତୀୟ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିର ହେଲ୍‌ପର୍‌ ଓ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ସମୟରେ ବସ୍‌ରେ ୩୦ରୁ ୪୦ଜଣ ଯାତ୍ରୀ ଥିଲେ।