Odia News Portal

ଟ୍ରକ ଧକ୍କାରେ ଓଲଟିଲା ଯାତ୍ରୀବାହୀ ବସ୍

ବାଲେଶ୍ୱର : ଜାତୀୟ ରାଜପଥରେ ଘଟିଛି ଏକ ବଡ଼ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ୧୦ ଫୁଟ୍ ତଳକୁ ଓଲଟି ପଡ଼ିଛି ବସ୍ । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଆହାତ ହୋଇଛନ୍ତି ।ଆହାତ ମାନଙ୍କୁ ସ୍ଥାନୀୟ ମେଡିକାଲ୍ ସହ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଉଛି ।
ଘରୋଇ ବସ ‘ଶାନ୍ତିଲତା’ ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ବେଳେ ବିଦୁ ଛକ ନିକଟରେ ଛିଡ଼ା ହୋଇଥିଲା । ସେହି ସମୟରେ ବସକୁ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ୍ ଆସି ଧକ୍କା ଦେଇଥିଲା । ଫଳରେ ବସଟି ୧୦ ଫୁଟ୍ ତଳକୁ ଖସି ପଡ଼ିଥିଲା । ଅଭିଯୋଗ ହେଉଛି ବସରେ ବସିବା କ୍ଷମତା ଠାରୁ ଅଧିକ ଲୋକ ଥିଲେ । କିଛି ଯାତ୍ରୀ ଛିଡ଼ା ହୋଇ ଯାତ୍ରା କରୁଥିବା ଜଣାପଡ଼ିଛି ।
ଏବେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ସୋର ପୋଲିସ, ଅଗ୍ନିଶମ ବାହିନୀ ଓ ଜାତୀୟ ରାଜପଥ କର୍ମଚାରୀ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି ।