Odia News Portal

ଚାନ୍ଦିପୁର ଗୁପ୍ତଚରଙ୍କ ରିମାଣ୍ଡ ମଞ୍ଜୁର

ଡିଆରଡିଓରେ ଗୁପ୍ତଚରୀ ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଅଭିଯୁକ୍ତମାନଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଆଣି ପଚରାଉଚରା କରିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । ସମସ୍ତ ଦିଗକୁ ନେଇ ପୁଣି ପ୍ରଥମରୁ ତଦନ୍ତ କରିବ ଟିମ୍ । କାହାକୁ ତଥ୍ୟ ଦେଉଥିଲେ, କେମିତି ଡାଟା ପଠାଉଥିଲେ, ଏଥିରେ ତାଙ୍କ ସମ୍ପର୍କୀୟଙ୍କ ସମ୍ପୃକ୍ତି ଅଛି କି ନାହିଁ ଏସବୁ ଦିଗ ଉପରେ ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍ ।