Odia News Portal

ଆକ୍ସନ ମୋଡରେ ପୋଲିସ୍: ବାଧ୍ୟତାମୂଳକ ହେଲା ଅନୁମତି ପତ୍ର

ଭୁବନେଶ୍ବର: ଅମନିଆଙ୍କୁ ନାହିଁ ନିସ୍ତାର । ରାଜ୍ୟରେ ସଂକ୍ରମଣ ରୋକିବା ପାଇଁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଥିବା ସମୟରେ କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କଟକଣା କୋହଳ କରାଯାଇଛି । ତେବେ ଏହି ସମୟରେ କିଛି ଅମାନିଆ ନିୟମ ନ ମାନି ବୁଲା ବୁଲି କରୁଥିବା ଖବର ଆସିବା ପରେ ତତ୍ପର ହୋଇଛି କମିଶନରେଟ୍ ପୋଲିସ୍ ।

ପ୍ରାଇଭେଟ୍ କମ୍ପାନୀ ଗୁଡିକରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ପରିଚୟପତ୍ର ସହ ଅଥୋରାଇଜେସନ ଲେଟର ଅର୍ଥାତ ଅନୁମତି ପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଅର୍ଥାତ ନିର୍ଦ୍ଦିଷ୍ଟ କର୍ମଚାରୀ କେଉଁ ସମୟରେ ଡ୍ୟୁଟିକୁ ଯିବ ତାର ସବିଶେଷ ସୂଚନା ପୋଲିସକୁ ଦେବେ କମ୍ପାନି । ଯାହାକୁ ସଂପୃକ୍ତ କର୍ମଚାରୀ ସାଙ୍ଗରେ ଧରି କାମରେ ଯୋଗ ଦେବାକୁ ଆସିବେ । ତେଣୁ ଏହି ଅନୁମତି ପତ୍ର ନଥିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିପାରେ।