Odia News Portal

ଟିକାକରଣରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଟୀକାକରଣ ଜାରି ରହିଥିବା ବେଳେ ଏବେ ଧୀରେ ଧୀରେ ସଫଳ ହେଉଛି ଟୀକାକରଣ । ଆଜ୍ଞା ହଁ ରାଜ୍ୟରେ ଗୋଟେଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟୀକାକରଣ କରାଯାଇଛି । ସେଥିପାଇଁ ଏହି ଉତ୍ସର୍ଗୀକୃ କାର୍ଯ୍ୟ ଯୋଗୁଁ ଟୀକାକରଣରେ ନିୟୋଜିତ ଥିବା ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।


ମୁଖ୍ୟମନ୍ତ୍ରୀ କହିଛନ୍ତି କି ଟୀକାକରଣରେ ନିୟୋଜିତ କର୍ମଚାରୀଙ୍କ ଉତ୍ସର୍ଗୀକୃତ କାର‌୍ୟ୍ୟ ଯୋଗୁଁ ଗୋଟେଦିନରେ ୩ ଲକ୍ଷ ୩୨ ଲକ୍ଷରୁ ଅଧିକ ଟୀକାକରଣ ସମ୍ଭବ ହୋଇଛି । ଆସନ୍ତୁ ଟୀକାକରଣ ଓ ମାସ୍କ ପରିଧାନ ନେଇ ସଚେତନତାକୁ ଆହୁରୀ ବ୍ୟାପକ କରିବା ଏବଂ ନିଜ ତଥା ନିଜ ପରିବାର ସହ ସାରା ଦେଶକୁ କୋଭିଡ ସଂକ୍ରମଣରୁ ସୁରକ୍ଷିତ ରଖିବା ।