Odia News Portal

ଶ୍ରୀମନ୍ଦିରକୁ ପୁଣି ଫେରିପାରେ ଦର୍ଶନ କଟକଣା!

ପୁରୀ: ଶ୍ରୀମନ୍ଦିରକୁ ପୁଣି ଫେରିପାରେ ରବିବାରିଆ ଦର୍ଶନ କଟକଣା ।ତେବେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି । ଆଗାମୀ ସପ୍ତାହରୁ ଲାଗିପାରେ ଏହି କଟକଣା । ଶ୍ରୀମନ୍ଦିର ପ୍ରଶାସନ ଦିନ ସ୍ପଷ୍ଟ କରିନଥିଲେ ମଧ୍ୟ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହକୁ ଦିନେ ଶ୍ରୀମନ୍ଦିର ବିଶୋଧନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସ୍ପଷ୍ଟ ହୋଇଛି । ଏହି ଦିନ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

ଅନ୍ୟପକ୍ଷେ ଅଗ୍ନିଉତ୍ସବ ଓ ଦୋଳପୂର୍ଣ୍ଣିମା ନୀତିକାନ୍ତିରେ ବୈଠକର ମୋହର ବାଜିଛି । ସମସ୍ତ ନୀତିକାନ୍ତି କୋଭିଡ୍ କଟକଣା ମଧ୍ୟରେ ସମାପନ ହେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ସମେତ ବିଭିନ୍ନ ନିଯୋଗର ସଭାପତି ସଂପାଦକ ଉପସ୍ଥିତ ଥିଲେ ।