Odia News Portal

କରୋନାରୁ ସୁସ୍ଥ ହେବାର ୩ ମାସ ପରେ ଟିକା

ନୂଆଦିଲ୍ଲୀ: ଟୀକାକରଣ ନେଇ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ । କରୋନା ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ କରୋନା ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା କମିଟି ଏକ ପରାମର୍ଶ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦେଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଦିଆଯାଇଥିବା ସୂଚନା ଅନୁଯାୟୀ, କୁହାଯାଇଛି ଯେ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇପାରିବେ।

ସେହିଭଳି ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ଦେବା ନେଇ ଥିବା ସନ୍ଦେହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦୂର କରିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ମାନେ ସୁସ୍ଥ ଥିଲେ କୌଣସି ବି ସମୟରେ ଟିକା ନେଇପାରିବେ ।

ଅନ୍ୟପକ୍ଷେ ଜଣେ ବ୍ୟକ୍ତି ଟିକା ନେବା ପୂର୍ବରୁ ତା’ର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟର ଆବଶ୍ୟକତା ନାହିଁ । ଯଦି କୌଣସି ବ୍ୟକ୍ତି ଟିକାର ପ୍ରଥମ ଡୋଜ୍ ନେବା ପରେ କରୋନାରେ ସଂକ୍ରମିତ ହେଉଛନ୍ତି ତେବେ ସେ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇ ପାରିବେ ।