Odia News Portal

ରବିବାର ଦିଆଯିବ ନାହିଁ ଟିକା

ଭୁବନେଶ୍ୱର: କରୋନା ବିରୁଦ୍ଧରେ ଆରମ୍ଭ ହୋଇଯାଇଛି ମହାସମର | ସାରା ଦେଶ ସମେତ ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ ।ତେବେ ରାଜ୍ୟରେ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟା ସକାଳ ସାଢେ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ମୋଟ ୧୬୧ଟି ଟିକାକରଣ କେନ୍ଦ୍ରରେ ଦିଆଯାଉଛି କରୋନା ଟିକା। ପ୍ରତି ଟିକାକରଣ କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦଆଯିବ।

ତେବେ ଆସନ୍ତା କାଲି ଦିଆଯିବ ନାହିଁ ଟିକା । କାରଣ ଗୋଟିଏ ଦିନ ଟିକା ନେଇଥିବା ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରାଯିବ। ସୋମବାର ଠାରୁ ପୁନର୍ବାର ଆରମ୍ଭ ହେବ ଟିକାକରଣ | ଟିକାକରଣ ପ୍ରକ୍ରିୟା ଯେଉଁଭଳି ଭାବେ ଚାଲିବା କଥା ସେହିଭଳି ଚାଲିବ। ତେବେ ଟିକା ନେବା ପରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଟିକାକରଣ କେନ୍ଦ୍ରରେ ଥିବା ଅବଜର୍ଭେସନ ଗୃହରେ ୩୦ ମିନିଟ ପର୍ଯ୍ୟନ୍ତ ଅବଜର୍ଭେସନରେ ରଖାଯିବ। ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନ ଏବଂ କୋଭିସିଲ୍ଡ ଟିକା ଆସିଛି। ତାକୁ ୨୫ ତାରିଖ ସୁଧା ରାଜ୍ୟର ୩ ଲକ୍ଷ ୨୮ ହଜାର ହେଲ୍ଥ ଓ୍ୱାର୍କରଙ୍କୁ ଦିଆଯିବ। ଯେତିକି ଟିକା ଆସିଛି ସେଥିରେ ଏକ ଲକ୍ଷ ୯୨ ହଜାର ଲୋକଙ୍କୁ ଦିଆଯାଇପାରିବ ବୋଲି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ।