Odia News Portal

ଗାଈ ପାଟିରେ ଫୁଟିଲା ବୋମା

ବ୍ରହ୍ମପୁର : ଗାଈ ପାଟିରେ ଫୁଟିଲା ବୋମା | ବାର୍‌ହା ଶିକାର ପାଇଁ ବିଲରେ ବୋମା ବିଛା ଯାଇଥିବା ବେଳେ ସେହି ବୋମାକୁ ବିଲରେ ଚରୁଥିବା ଗାଈ ଖାଇ ଦେଇଥିଲା । ଯାହା ଫଳରେ ବୋମାଟି ଗାଈ ପାଟିରେ ବିସ୍ଫୋରଣ ହୋଇଥିଲା । ସଦର ଥାନା କୁକୁଡ଼ାଖଣ୍ଡି କାଳୁଆ ରୋଡ ନିକଟ ଏକ ବିଲରେ ଏହି ଭଳି ଅଭାବନୀୟ ଘଟଣା ଘଟିଛି । ଗାଈଟି ଗୁରୁତର ହୋଇ ସେହି ବିଲ୍‌ରେ ପଡ଼ିଥିବା ଜଣାପଡ଼ିଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସଂଚାର ହୋଇଛି ।

ସେହିଭଳି ଗତକାଲି ମଧ୍ୟ କେନ୍ଦୁପାଟ ଗାଁରେ ଗୋଟିଏ ଗାଈ ଚରୁଥିବା ସମୟରେ ବୋମା ଚୋବାଇ ଦେଇଥିଲା। ଫଳରେ ବୋମାଟି ବିସ୍ଫୋରଣ ହେବାରୁ ଗାଈଟି ଗୁରୁତର ହୋଇଯାଇଥିଲା । ସେହି ଗାଈର ଚିକିତ୍ସା ଜାରି ରିହିଛି । ତେବେ ବାର୍‌ହା ଶିକାର ପାଇଁ ସ୍ଥାନୀୟ କିଛି ଖଳ ପ୍ରକୃତିର ଲୋକ ବିଲ୍‌ରେ ବୋମା ଖଞ୍ଜୁ ଥିବା ବେଳେ ବାର୍‌ହା ଶିକାର ହେବା ପରିବର୍ତ୍ତେ ଗାଈମାନେ ସେହି ଫାସରେ ପଡ଼ି ଗୁରୁତର ଆହତ ହେଉଛନ୍ତି।