Odia News Portal

ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ଆଜି ୨ ଜଣଙ୍କ ଜେରା କରୁଛି କ୍ରାଇମବ୍ରାଞ୍ଚ

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସେମ୍ୟଙ୍କ ମୃତ୍ୟୁ ମାମଲାରେ ଚାଲଛି ତନାଘନା । ପାରଳା ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ଆଜି ଚତୁର୍ଥ ଦିନରେ ଆଉ ୨ ଜଣଙ୍କୁ ଜେରା ଚାଲିଛି। ପାରଳାଖେମୁଣ୍ଡି ଥାନାର ଏକ ସ୍ୱତନ୍ତ୍ର କୋଠରୀରେ ଜଣେ ମାଳି ଓ ଜଗୁଆଳୀଙ୍କୁ ପଚରାଉଚରା କରୁଛି ଟିମ୍। ଗତକାଲି ତୃତୀୟ ଦିନ ତଦନ୍ତରେ ୪ଜଣଙ୍କୁ ମାରଥନ୍ ଜେରା କରିଥିଲା। ପ୍ରଥମେ ରୋଷେୟା ମନ୍ମଥ କୁମ୍ଭ, ଦୁଇ ଜଣ ଏସିଏଫ୍ ଗୌରୀ ରଥ ଓ ଭାସ୍କର ରାଓ, ଜଗୁଆଳି ସନ୍ତୋଷ ବିଶ୍ୱାଳ ଓ ଅଜୟ ବେହେରାଙ୍କ ସମେତ ନାରାୟଣପୁର ରେଞ୍ଜ ଏଲିଫ୍ୟାଣ୍ଟ ସ୍କ୍ଵାଡ୍ ଗାର୍ଡ ଆକାଶ ପ୍ରଧାନଙ୍କୁ ପଚରାଉଚରା କରିଥିଲା ତଦନ୍ତକାରୀ ଟିମ୍ ।