Odia News Portal

ACF ସୌମ୍ୟ ମୃତ୍ୟୁ ମାମଲା: OIC ମମତା ପଣ୍ଡାଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଅଭିଯୋଗ ଆସିଥିବା ସମସ୍ତଙ୍କୁ କରୁଛି ଜେରା । ତେବେ ଆଜି ଓଆଇସି ମମତା ରାଣୀ ପଣ୍ଡାଙ୍କୁ ପଚରାଉଚରା କରୁଛି ପ୍ରାଇମବ୍ରାଞ୍ଚ । ବାଟରେ ଆମ୍ବୁଲାନ୍ସ ଅଟକାଇଥିବାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ମମତାରାଣୀଙ୍କୁ ବିରୋଧରେ ସୌମ୍ୟଙ୍କ ପରିବାର ଅଭିଯୋଗ କରିଥିଲେ । ତେବେ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରୁଛି । ସେ କଣ ମନ୍ତବ୍ୟ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।