Odia News Portal

ନୀରଜଙ୍କୁ କୋଟିଏ ଟଙ୍କା ଦେଲା ସିଏସକେ

ନୂଆଦିଲ୍ଲୀ: ସୁନାପୁଅ ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତବା ପରଠାରୁ ନୀରଜଙ୍କୁ ବିଭିନ୍ନ ସଂସ୍ଥା ପକ୍ଷରୁ ପୁରଷ୍କାର ଘୋଷଣା କରାଯାଉଛି । ତେବେ ପୂର୍ବରୁ ୧ କୋଟି ଦେବା ଲାଗି ଘୋଷଣା କରିଥିବା ଆଇପିଏଲ ଟିମ୍ ଚେନ୍ନାଇ ସୁପରକିଙ୍ଗସ ଆଜି ନୀରଜଙ୍କୁ ପୁରସ୍କାର ରାଶି ପ୍ରଦାନ କରିଛି । ଟ୍ୱିଟରରେ ନୀରଜଙ୍କ ସହ ଏକ ଫଟୋ ସେୟାର କରି ଏ ବାବଦରେ ସୂଚନା ଦେଇଛି ସିଏସକେ । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିବା ପରେ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲା ସିଏସକେ। କେବଳ ୧କୋଟି ଟଙ୍କା ନୁହେଁ ବରଂ ଏକ ସ୍ବତନ୍ତ୍ର ଜର୍ସି ମଧ୍ୟ ନୀରଜ ଚୋପ୍ରାଙ୍କୁ ଦେଇଛି ସିଏସକେ। ଯେଉଁ ଜର୍ସିରେ ୮୭୫୮ ପ୍ରିଣ୍ଟ ରହିଛି । ନୀରଜ ଚୋପ୍ରା ୮୭.୫୮ ମିଟର ଦୂର ପର୍ୟ୍ୟନ୍ତ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ, ଯେଉଁଥିପାଇଁ ଏହି ନମ୍ବର ଥିବା ଏକ ଜର୍ସି ନୀରଜଙ୍କୁ ଦେଇଛି ସିଏସକେ।