କଟକ: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ତେବେ ଏହି ବର୍ଷାରେ ମଧ୍ୟ ବିଜେପି କର୍ମୀଙ୍କ ପକ୍ଷରୁ ବିକ୍ଷୋଭ କରାଯାଇଛି । ମୂର୍ତ୍ତି ଉଚ୍ଚତାକୁ ନେଇ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି । ବିଜେପି ପ’ରୁ ଏହି ବନ୍ଦ ଡାକରରା ଦିଆଯାଇଛି । ତେବେ ପ୍ରବଳ ବର୍ଷା ହୋଇଥିଲେ ସୁଦ୍ଧା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସୂଚନା ଥାଉକି, ପାର୍ବଣରେ ୪ ଫୁଟିଆ ମୂର୍ତ୍ତି ଉଚ୍ଚତା ରଖିବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ଉପରେ କଟକରେ ବିରୋଧ ବଢ଼ିବାରେ ଲାଗିଛି। ଏହାକୁ ବିରୋଧ କରି ଆଜି କଟକ ନଗର ବିଜେପି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଗତକାଲି ରେଲୱେ ଅଟୋ ଆସୋସିଏସନ ପକ୍ଷରୁ ଅଟୋ ଚଳାଚଳ ବନ୍ଦ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳୁ ବାଦାମବାଡ଼ି ଠାରେ ବସ୍ ଅଟକାଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.