Odia News Portal

କଟକରେ ବନ୍ଧୁକ ରାକେଟ୍ ଠାବ

କଟକ: ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି କଟକ । ବାରମ୍ବାର ଏଠାରୁ ଚୋରା ବନ୍ଧୁକ ଧରା ହେଉଥିବା ନଜରକୁ ଆସୁଛି । କମିଶନରେଟ ପୁଲିସ କଟକ ସହର ମଧ୍ୟରେ ପୁଣି ଏକ ବନ୍ଧୁକ ଚୋର କାରବାର ରାକେଟକୁ ଠାବ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୧୧ଟି ବନ୍ଧୁକ, ୫୧ ରାଉଣ୍ଡ ଗୁଳି ଜବତ କରାଯାଇଛି । ଏ ସମ୍ପର୍କରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଛନ୍ତି ଯେ ଏକାଧିକ ଅପରାଧିକ ମାମଲାରେ ଗିରଫ ହୋଇ ଜେଲରେ ଥିବା ଧଳଭ୍ରାତାଙ୍କ ସହଯୋଗୀ ଟୁକୁନା ସ୍ୱାଇଁକୁ ଜେରା କରିବା ସମୟରେ ପୁଲିସକୁ ବନ୍ଧୁକ ଚୋରା କାରବାର ସମ୍ପର୍କରେ ଅନେକ ତଥ୍ୟ ମିଳିଥିଲା । ଏହାପରେ ପୁଲିସ ବନ୍ଧୁକ ଚୋରା କାରବାର କରୁଥିବା ଦଳ ଉପରେ କଡା ନଜର ରଖିଥିଲା । ଏବେ ଗିରଫ ହୋଇଥିବା ୪ ଜଣଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି । ସୂଚନାଯୋଗ୍ୟ ଯେ ତିନିମାସ ମଧ୍ୟରେ କଟକ ସହରରେ ପୁଲିସ ଚଢଉ କରି ୪୩ଟି ବନ୍ଧୁକ ଓ ୨୨୩ଟି ଗୁଳି ଜବତ କରିସାରିଲାଣି ।