Odia News Portal

ମୁଖ୍ୟମନ୍ତ୍ରୀଙ୍କ ଲାଗି ଦଶମ ପାସ୍ କଲି: ଦାନ ମାଝୀଙ୍କ ଝିଅ

କଳାହାଣ୍ଡି: ସ୍ତ୍ରୀର ଶବକୁ କାନ୍ଧରେ ବୋହିଥିବା ଦାନ ମାଝୀଙ୍କୁ ସମସ୍ତେ ବେଶ ଭାବରେ ଚିହ୍ନିଛନ୍ତି । ତାଙ୍କ ଝିଅ ଚାନ୍ଦିନୀ ମେଟ୍ରକି ପାସ୍ କରିଛନ୍ତି । ଗତକାଲି ପ୍ରକାଶ ପାଇଥିବା ରେଜଳ୍‌ଟରେ ସେ ୨୮୦ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି । ତେବେ ସେ ପାସ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି କି, ରାଜ୍ୟ ସରକାରଙ୍କ ସହଯୋଗ ଲାଗି ମୁଁ ପାଠ ପଢ଼ିଲି । ଆଉ ଆଜି ଦଶମରେ କୃତକାର୍ଯ୍ୟ ହୋଇଛି । ସରକାରଙ୍କ ଏଭଳି ସହଯୋଗ ରହିଲେ ମୁଁ ଆଗକୁ ଆହୁରି ପାଠ ପଢ଼ିବି ।

ସୂଚନା ଥାଉକି, ୨୦୧୬ ମସିହାରେ ଟଙ୍କା ନଥିବାରୁ ସ୍ତ୍ରୀର ଶବକୁ ୧୦ କିଲୋମିଟର କାନ୍ଧରେ ବୋହିଥିଲେ ଦାନ ମାଝୀ । ଯାହାକି ସେ ସମୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏପରିକି ନ୍ୟାସନାଲ ଚ୍ୟାନେଲରେ ମଧ୍ୟ ଏହି ଖବର ପ୍ରସାରଣ ହୋଇଥିଲା । ଏହାପରେ ତାଙ୍କୁ ବିଭିନ୍ନ ସଂସ୍ଥ୍‌ାରୁ ସହଯୋଗ ମିଳିଥିଲା । ରାଜ୍ୟ ସରକାର ଦାନ ମାଝୀଙ୍କ ଦୁଇ ଝିଅଙ୍କ ମାଗେଣା ପଢ଼ା ବୁଝିବାକୁ ପ୍ରତିଶୃତି ଦେଇଥିଲେ । ଆଉ ଆଜି ତାଙ୍କ ଝିଅ ଦଶମ ପାସ୍ କରିଛି ।