Odia News Portal

ବନ୍ଧାହେଲା ଧୋକାବାଜ ପ୍ରେମିକ

ଦେବଗଡ଼: ବିବାହ କରିବାର ମିଛ ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲା ପ୍ରେମିକ । ଏପରିକି ଶାରିରୀକ ସମ୍ପର୍କ ରଖିବା ପରେ ଅଧା ବାଟରେ ଛାଡ଼ି ଚାଲିଯାଇଥିଲା । ଥାନାରେ ଅଭିଯୋଗ କରିବା ପରେ ଗିରଫ ହୋଇଛି ଧୋକାବାଜ ପ୍ରେମିକ । ରିଆମାଳ ଥାନା ତେଲିମୁଣ୍ଡା ଗାଁରୁ ଆସିଛି ଏଭଳି ଖବର । ପୋଲିସ ଅଭିଯୁକ୍ତ ପୁରୁଷୋତ୍ତମ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଦୀର୍ଘ ୬ ବର୍ଷ ହେବ ଗାଁର ଜଣେ ୨୯ ବର୍ଷୀୟା ଯୁବତୀଙ୍କୁ ପ୍ରେମ କରୁଥିଲା ପୁରୁଷୋତ୍ତମ । ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିବା ସହ ଘରକୁ ଯିବାଆସିବା କରୁଥିଲା । ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପୁରୁ ଗତ ୧୧ ତାରିଖ ଏକ କାରରେ ଅନୁଗୁଳ ନେଇ ୨ ଦିନ ରହିଥିଲେ । ଯୁବତୀଙ୍କ ବାରଣ ସତ୍ୱେ ତାଙ୍କ ସହ ଦୈହିକ ସମ୍ପର୍କ ରଖିବା ପରେ ଗତ ୧୩ ତାରିଖ ଘରକୁ ଫେରିଥିଲେ । ପରେ ପୁରୁ ବିବାହ ପାଇଁ ମନା କରିବା ସହ ଅଧରାସ୍ତାରେ ଛାଡି ଫେରାର୍ ମାରିଥିଲା । ଯୁବତୀ ଜଣକ ଗାଁରେ ପହଞ୍ଚି ସମସ୍ତ ଘଟଣା କହିବା ପରେ ତାଙ୍କ ପରିବାର ଜାତି ସମାଜ ଲୋକଙ୍କୁ ନେଇ ଏହାର ସମାଧାନ ପାଇଁ ଚେଷ୍ଟାକରି ବିଫଳ ହୋଇଥିଲେ । ଏପରିକି ସମାଧାନ ବଦଳରେ ଅଭିଯୁକ୍ତଙ୍କ ପରିବାର ଯୁବତୀଙ୍କୁ ହତ୍ୟା ଧମକ୍ ଦେବାରୁ ଯୁବତୀ ଜଣକ ଥାନା ଦ୍ୱାରସ୍ଥ ହୋଇଥିଲେ ।