Odia News Portal

ଡିସେମ୍ବର ସୁଦ୍ଧା ସରିବ ଟିକାକରଣ

ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ । ଟିକା ଆସିବାରେ ଯଦି କୌଣସି ସମସ୍ୟା ନହେଲା ତେବେ ୪ ମାସ ଭିତରେ ଟିକାକରଣ ଶେଷ ହୋଇଯିବ । ବର୍ତ୍ତମାନ ରାଜ୍ୟରେ ଟିକାକରଣରେ କୌଣସି ସମସ୍ୟା ହୋଇନାହିଁ । ଏଯାଏ ୨ କୋଟି ୨୦ ଲକ୍ଷ ଡୋଜ୍ ଟିକା ନେଇ ସାରିଥିବା ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । 

ମୋଟ ୫୪ ପ୍ରତିଶତ ପ୍ରଥମ ଡୋଜ ଟିକା ଦିଆଯାଇଛି । ୨୮ ଲକ୍ଷ ୫୪ କୋଭିସିଲଡ ଓ ୪ ଲକ୍ଷ ୫୪ ହଜାର ଡୋଜ୍ କୋଭାକ୍ସିନ ଟିକା ମହଜୁଦ ରହିଛି । ଦ୍ୱିତୀୟ ଡୋଜ ଅପେକ୍ଷାରେ ଥିବା ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ଦେବା ପାଇଁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ଓ ଦ୍ୱିତୀୟ ଡୋଜ ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି । 

ସେହିପରି ଆସନ୍ତା ୫ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ । କେବଳ ଶିକ୍ଷକଙ୍କୁ ଟିକା ଦେବା ପାଇଁ କିଛି ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି । ଆଜି ୧୪ଦଦ କେନ୍ଦ୍ରରେ ଟିକାକରଣ ଚାଲିଛି । ୧ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।