Odia News Portal

କୋଣାର୍କ ନିମାପଡା ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକ୍କାରେ ହରିଣ ମୃତ

ଅଜଣା ଗାଡି ଧକ୍କାରେ ହରିଣ ମୃତ୍ୟୁ । କୋଣାର୍କ ନିମାପଡା ମୁଖ୍ୟ ରାସ୍ତା ଗୋପ ନିଳକଣ୍ଠେଶ୍ୱର ମନ୍ଦିର ନିକଟରେ ଏକ ଅଜଣା ଗାଡି ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି । ମୃତ ଅଣ୍ଡିରା ହରିଣର ବୟସ ୪ ବର୍ଷ ହେବ ବୋଲି ଜଣାପଡିଛି । ଗୋପ ବନବିଭାଗ କର୍ମଚାରୀ ମାନେ ମୃତ ହରିଣକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ଖାଦ୍ୟ ଅନ୍ୱେଷଣରେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରୁ ହରିଣଟି ବାହାରକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି । ଗତ ତିନି ମାସ ଭିତରେ କୋଣାର୍କ ଗୋପ ଅଞ୍ଚଳରେ ତିନୋଟି ହରିଣ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ ଏବେ ହରିଣ ଙ୍କ ସୁରକ୍ଷା ପାଇଁ ଚିନ୍ତାର କାରଣ ପାଲଟିଛି l