Odia News Portal

ଜିଲ୍ଲାପାଳଙ୍କୁ ଭେଟିଲେ ଢ଼େଙ୍କାନାଳ ଏନଏସି ୩ ନମ୍ବର ୱାର୍ଡର ଲୋକେ

ଢେଙ୍କାନାଳ :ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଲୋକେ । ଢ଼େଙ୍କନାଳ ୱାର୍ଡ ନମ୍ବର ୩ର ଲୋକେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ପ୍ରାଇମେରୀ ହେଲଥ ସେଣ୍ଟର ଖୋଲିବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି । ୯୦ଦଶକରେ ଏଠାରେ ଏକ ହେଲଥ ସେଣ୍ଟର ଖୋଲିଥିଲା ଯାହାକି ସ୍ଥାନୀୟ ନାଗରିକମାନଙ୍କୁ ସାସ୍ଥ୍ୟସେବା ପ୍ରଦାନ କରିଆସୁଥିଲା । ଦୁଇବର୍ଷ ତଳେ ଏହି ପୁରୁଣା ଘରକୁ ଭାଙ୍ଗିଦିଆଯାଇଛି । ଯେଉଁ କାରଣରୁ ଏଠାରେ ବାସ କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଖରେ ମେଡିକାଲ ନଥିବାରୁ ସମସ୍ତଙ୍କୁ ମୁଖ୍ୟ ଡାକ୍ତରଖାନା ଯିବାକୁ ପଡ଼ୁଛି ।

ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ଶ୍ରୀ ନିଖିଳ ପବନ କଲ୍ୟାଣ ( ଆଇ.ଏ.ଏସ୍ . ) କ କାର୍ୟ୍ୟକାଳ ସମୟରେ ଲୋକଙ୍କ ଦାବୀପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ , ଏଠାରେ ଥିବା ପୁରାତନ ଗୃହକୁ ଭଙ୍ଗାଯାଇ ଏକ ଦୁଇମହଲା ବିଶିଷ୍ଟ ଗୃହ ନିର୍ମାଣ କରାଯାଇ ଏହାକୁ ଅର୍ବାନ୍ ହେଲଥ ସେଣ୍ଟର କରାଯିବ । ଏଠାରେ ଉଲ୍ଲେଖନୀୟ ଆବଶ୍ୟକ ଯେ , ସରକାର ପ୍ରତ୍ୟକ ୨୫ ହଜାର ଜନସଂଖ୍ୟା ନିମନ୍ତେ ଏକ କମନ ହେଲଥ ସେଣ୍ଟର ପ୍ରତିଷ୍ଠା କରାଯିବା ନିମିତ କେନ୍ଦ୍ର ସରକାରଙ୍କ ପ୍ରାବଧାନ ରହିଅଛି । ସେହି ହିସାବରେ ଆମ ସହରର ପ୍ରାୟ ୧ ଲକ୍ଷ ଜନସଂଖ୍ୟା ପାଇଁ ଚାରୋଟି ସେଟର କଳିବା ଆବଶ୍ୟକ । ମାତ୍ର ଏଯାବତ ଗୋଟିଏ ସେଣ୍ଟର ପୂର୍ବ ସଂ – ୧ ( କାଠଗଡ଼ା ) ରେ କାର୍ୟ୍ୟକାରୀ ହୋଇଅଛି । ଉପରୋକ୍ତ ସମସ୍ୟାକୁ ଅନୁଧ୍ୟ।ନ କରି ଢେଙ୍କାନାଳର ଜନସାଧାରଣ ଙ୍କ ଦାବିପତ୍ରର ସୁବିଚାର କଲେ ଢେଙ୍କାନାଳ ବାସୀ ଉପକୃତ ହେବେ । ଆଜିର ଏହି ଦାବିପତ୍ରକୁ ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବି ସଂଗଠନର ସଭାପତି ଡକ୍ଟର ତୁସରକାନ୍ତି ନାୟକ, ରୁଦ୍ରପ୍ରକାଶ ସରଣ, ପ୍ରଭାତ ନଳିନୀ ମିଶ୍ର, ହୀରଣ୍ମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।