Odia News Portal

ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ବଢ଼ୁଛି ଅଡ଼ୁଆ

ଭୁବନେଶ୍ୱର: ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ତେଜୁଛି ରାଜନୀତି । ମହାଲିଙ୍ଗ ମମିତା ନିଖୋଜ ଘଟଣାକୁ ନେଇ ତେଜୁଛି ବିବାଦ । ଏହି ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତିଥିବା ନେଇ ବିରୋଧୀ କଂଗ୍ରେସ ଏବଂ ବିଜେପି ଅଭିଯୋଗ କରିଆସୁଛନ୍ତି । ତେବେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଅଭିଯୁକ୍ତ ଗୋବିନ୍ଦ ଫେରାର ହେବା ଫଛରେ ମନ୍ତ୍ରୀଙ୍କ ହାତ ରହିଛି । ଏଣୁ ତାଙ୍କୁ ବହିସ୍କାର କରାଗଲେ ତଦନ୍ତ ଠିକ ଦିଗରେ ଯିବ ବୋଲି ବିରୋଧୀମାନେ ଯୁକ୍ତି ସ୍ଥାପନା କରିଛନ୍ତି । ସେପଟେ ଗୋବିନ୍ଦକୁ ଯିଏ ଧରାଇଦେବ ତାକୁ ୨୦ ହଜାର ଟଙ୍କାର ପୁରସ୍କାର ପାଇବ ବୋଲି କଳାହାଣ୍ଡି ପୋଲିସ ପକ୍ଷରୁ ଘୋଷଣା କରାଯାଇଛି ।