Odia News Portal

ଓଲଟିଲା ଯାତ୍ରୀବାହୀ ବସ୍, ୨ ଗୁରୁତର

କଳାହାଣ୍ଡି: ଘାଟିରେ ଓଲଟିଲା ବସ୍ । କଳାହାଣ୍ଡି ଜିଲ୍ଲା ଆମପାଣି ଘାଟିରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ୨ ଗୁରୁତର । ଆଜି ଭୋରୁ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଯାତ୍ରୀବାହୀ ବସ ଦିଲଖୁସ ଆମପାଣି ଘାଟି ପ୍ରଥମ ବୁଲାଣି ରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଦୁର୍ଘଟଣାରେ ବସର ହେଲ୍ପର ସୂର୍ଯ୍ୟ ବାରିକ ଓ ଜଣେ ଯାତ୍ରୀ ସୁଦୀପ ମହାନ୍ତି ଆହତ ହୋଇଛନ୍ତି । ଆମପାଣି ପୋଲିସ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରାଇଛନ୍ତି ।

ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ମାଲକାନଗିରିକୁ ଯାଉଥିଲା ଘରୋଇ ବସ୍ ଦିଲଖୁସ। ଏହି ସମୟରେ କଳାହାଣ୍ଡି ଆମପାଣି ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଏଥିରେ ହେଲପର ସୂର୍ଯ୍ୟ ବାରିକ ଓ ଜଣେ ଯାତ୍ରୀ ସୁଦୀପ ମହାନ୍ତି ଗୁରୁତର ହୋଇଛନ୍ତି। ବସରେ ପ୍ରାୟ ୩୦ରୁ ୪୦ଜଣ ଯାତ୍ରୀ ଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।