Odia News Portal

ଦୀପଗ୍ରେସଙ୍କୁ ଅଲମ୍ପିକ ଟିକେଟ୍‌

ଭୁବନେଶ୍ୱର: ଟୋକିଓ ଅଲମ୍ପିକ ଲାଗି ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ଟିକଟେ ମିଳିଛି । ଆଜି ଏହି ଗସ୍ତ ଲାଗି ୧୬ ଜଣିଆଁ ଟିମ୍ ଘୋଷଣା ହୋଇଛି । ଦଳରେ ଏକମାତ୍ର ଓଡ଼ିଆ ଝିଅ ଭାବେ ଦୀପଗ୍ରେସ୍‌ଙ୍କୁ ଟିକେଟ୍ ମିଳିଛି । ପୂବରୁ ରିଓ ଅଲମ୍ପିକରେ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା । ତେବେ ସେ ୧୬ ଜଣିଆଁ ଟିମରେ ସ୍ଥାନ ପାଇବା ପରେ ଓଡ଼ିଶାରେ ଖେଳିଯାଇଛି ଖୁସିର ଲହରୀ । ସେପଟେ ସେ ଭଲ ଖେଳନ୍ତୁ ବୋଲି ହକି ପ୍ରେମୀମାନେ ଆଶା ରଖିଛନ୍ତି ।