Odia News Portal

ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ୨ ୱେବ ପୋର୍ଟାଲ ସାମ୍ବାଦିକଙ୍କୁ ସମନ

କଟକ: ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା । ଦୁଇ ଜଣ ୱେବ ପୋର୍ଟାଲ ସାମ୍ବାଦିକଙ୍କୁ ସମନ କରିଛି କମିଶନରେଟ ପୋଲିସ । ମଙ୍ଗଳାବାଗ ଥାନା ପୋଲିସ ପକ୍ଷରୁ ସମନ କରାଯାଇଛି । ଅସିତ୍ କୁମାର ରାଉତ ଓ ଦାମୋଦର ସେଠୀଙ୍କୁ ସମନ କରାଯାଇଥିବା ସୂଚନା ମିଳିଛି ।
ଆସନ୍ତାକାଲି ମଙ୍ଗଳାବାଗ ଥାନାରେ ହାଜର ହେବେ ଏହି ଦୁଇ ୱେବ୍ ପୋର୍ଟାଲ ସାମ୍ବାଦିକ । ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ବୟାନ ରେକର୍ଡ କରାଯିବ । ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ତାହା ପଦାକୁ ଆସିବ ।