Odia News Portal

ଭୁବନେଶ୍ୱର ଏମ୍ସରେ ଇକମୋ ମେସିନର ଉଦଘାଟନ

ଭୁବନେଶ୍ୱର: ଘଟିଲା ବହୁ ପ୍ରତିକ୍ଷାର ଅନ୍ତ । ଏମ୍ସର ନବମ ପ୍ରତିଷ୍ଠା ଦିବସରେ ଅତି ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସ୍ଥାପନ ହୋଇଥିବା ଇକମୋ ମେସିନ ଉଦଘାଟିତ ହୋଇଛି । ଭୁବନେଶ୍ୱର ଏମସର ଅଧୀକ୍ଷକ ପ୍ରଫେସର ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏହି ମେସିନ ଉଦଘାଟନ କରିଛନ୍ତି । ଆସନ୍ତା ସପ୍ତାହରୁ ଇକମୋ ମେସିନରୁ ସେବା ଉପଲବ୍ଧ ହେବ । ଓଡିଶାରେ ପ୍ରଥମ ଥର ପାଇଁ ଏମସରେ ଇକୋମୋ ମେସିନ ପ୍ରତିଷ୍ଠା କରାଯାଇଛି । ପୂର୍ବରୁ ଇକୋମୋ ଚିକିତ୍ସା ପାଇଁ କୋଲକାତା ଯିବାକୁ ପଡୁଥିଲା ।