Odia News Portal

ଧାନ ଜଗିବାକୁ ଯାଇଥିବା ଚାଷୀକୁ ବିଲରେ ଦଳିଦେଲା ଦନ୍ତା

ଚାଷୀଙ୍କୁ ଦଳିଦେଲା ଦନ୍ତା । ଏଭଳିଆ ଘଟିଛି ଢେ଼ଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳ ମୁଣ୍ଡା ଗାଁରେ ।ଗତକାଲି ରାତିରେ ଧାନ ଜଗିଥିବା ଚାଷୀଙ୍କୁ ଦଳିଦେଲା ଦନ୍ତା । ମୃତକ ପରଜଙ୍ଗ ଥାନା ଖଣ୍ଡୁଆଳମୁଣ୍ଡା ଗାଁର ଉପେନ୍ଦ୍ର ଅମାତ । କୁମ୍ଭୀରପଶି ସ୍ଥିତ ନିଜ ଚାଷ ଜମିକୁ ଗତକାଲି ଠାରୁ ଯାଇଥିବା ବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ ।ଆଜି ସକାଳୁ ଗାଁ ଲୋକମାନେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ ଖବର ପାଇ ମହାବିରୋଡ଼ ରେଞ୍ଜର ହରମୋହନ ନାୟକ ପହଁଚି ତଦନ୍ତ କରୁଛନ୍ତି ।