Odia News Portal

ରାଜନୀତିକୁ ଆସିବେ ଦୀପ ସିଦ୍ଧୁ

ରାଜନୀତିକୁ ଏଣ୍ଟ୍ରି କରିବେ ଲାଲ କିଲ୍ଲା ହିଂସାର ଅଭିଯୁକ୍ତ ତଥା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ। ଗଢ଼ିବେ ନିଜର ନୂଆ ଦଳ। ନିଜ ନୂଆ ରଜନୈତିକ ଦଳ ଗଠନ କରି ସେ ବିଧିବଦ୍ଧ ଭାବେ ରାଜନୀତିରେ ପ୍ରବେଶ କରିବେ।- ସିଦ୍ଧୁଙ୍କ ନିକଟବର୍ତ୍ତୀ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଏହି ଅଭିନେତା ବୁଧବାର ଦିନ ଚଣ୍ଡିଗଡ଼ରେ ନିଜ ଦଳର ଘୋଷଣା କରିବାର ସମ୍ଭାବନା ଅଛି। ନିଜ ଦଳର ନାଁ ଘୋଷଣା କରିବା ପୂର୍ବରୁ ପଞ୍ଜାବର କିଛି ଅଞ୍ଚଳରେ ଦୀପ ସିଦ୍ଧୁଙ୍କ ରାଜନୈତିକ ଦଳ ଗଠନ ନେଇ  ଅନେକ ପୋଷ୍ଟର ପୂର୍ବରୁ ଲାଗିଛି। ସିଦ୍ଧୁଙ୍କ ଦଳକୁ ‘ୱାରିସ୍ ପଞ୍ଜାବ ଦେ’ କୁହାଯିବ। ଏହି ଦଳର ଫୋକସ୍‌ ଆଗାମୀ ପଞ୍ଜାବ ନିର୍ବାଚନ ଉପରେ ରହିବ।