Odia News Portal

ନକଲି କାରଖାନାର ପେଣ୍ଠସ୍ଥଳୀ ପାଲଟିଛି କଟକ,ନକଲି ସିମେଣ୍ଟ କାରଖାନା ଠାବ

ସାମ୍ନାକୁ ଆସୁଛି କଟକରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା । ଗତକାଲି ପୋଲିସ କଟକରେ ଏକ ନକଲି ଘିଅ କାରଖାନ ଠାବ କରିଥିବା ସମୟରେ ଓ ଆଜି ଜଗତପୁରଠାରେ ଆଉ ଏକ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। କିଛି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ କଟକ ଜଗତପୁର ଏକ୍ସିସ୍‌ ବ୍ୟାଙ୍କ ସାମ୍ନାରେ ଥିବା ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ କରିଥିଲା ।

ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ମେସିନ୍‌ ସମେତ ବହୁଳ ପରିମାଣର ସିମେଣ୍ଟ, ନାମଦାମୀ କମ୍ପାନୀର ପ୍ୟାକିଂଗ୍‌ ବ୍ୟାଗ ଜବତ କରାଯିବା ସହ ଜଣଙ୍କୁ ଅଟକ ରଖାଯାଇଛି। ଏହି କାରଖାନାରେ ୪ ରୁ ୫ ବର୍ଷ ଧରି ଏଠାରେ ଏଭଳି କାରବାର କରାଯାଉଥିବା ବେଳେ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି। ପୂର୍ବରୁ କଟକର ମାଲଗୋଦାମ, ଜଗତପୁର ଠାରେ ନକଲି ଘିଅ, ମସଲା, ଟମାଟୋ ସସ୍‌, ସୋୟାବଢ଼ି କାରଖାନାରେ ଉପରେ କମିସନରେଟ୍‌ ପୁଲିସ ଚଢ଼ାଉ କରିଥିଲା । ଏହା ସହ ଗତକାଲି କଟକର ପିଠାପୁର ଅଞ୍ଚଳରେ ଏକ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରିଥିଲା ବାଦାମବାଡ଼ି ଥାନା ପୁଲିସ । ଚଢ଼ାଉ ସମୟରେ ଅନେକ ନକଲି ସାମଗ୍ରୀ ଜବତ କରିଥିଲା ପୋଲିସ।