Odia News Portal

କଟକରେ ନକଲି ଜର୍ଦ୍ଦା କାରଖାନା ଠାବ

କଟକ: ସିଲ୍‌ଭର ସିଟିରେ ପୁଣି ନକଲି କାରଖାନା ଠାବ । କଟକ ସଦର ଥାନା ସାସୋଳ ଗାଁରେ ନକଲି ଜର୍ଦ୍ଦା କମ୍ପାନୀ ଉପରେ ପୋଲିସର ଚଢଉ । ବିପୁଳ ପରିମାଣର ଜର୍ଦ୍ଦା ଜବତ କଲା ପୋଲିସ । ଏହି ଘଟଣାରେ ଜଣକୁ ଅଟକ ରଖିଛି ପୋଲିସ । ସାସୋଳରେ ନକଲି ଜର୍ଦା କମ୍ପାନୀ ଚାଲିଥିବା ନେଇ ପୋଲିସ ସୁଚନା ପାଇବା ପରେ ଚଢଉ କରିଛି । ଏଠାରେ ନକଲି ଜର୍ଦ୍ଦା ପ୍ରସ୍ତୁତ ହୋଇ କଟକ ସହରର ବିଭିନ୍ନ ସ୍ଥାନକୁ ଯାଉଥିବା ନେଇ ପୋଲିସକୁ ସୁଚନା ମିଳିଥିଲା ।

ସୂଚାନୁଯାୟୀ, କଟକ ସଦର ଥାନା ସାସୋଳ ଗାଁରେ ଚାଲିଥିଲା ଏହି ନକଲି ଜର୍ଦ୍ଦା କମ୍ପାନୀ । କମିଶନରେଟ୍ ପୋଲିସ ପକ୍ଷରୁ ନକଲି କମ୍ପାନୀ ଉପରେ ଚଢ଼ାଉ କରାଯାଇଛି । ଅପମିଶ୍ରଣ କରି କମ୍ପାନୀ ଜର୍ଦ୍ଦା ବିକ୍ରି କରୁଥିଲା । ଲକ୍ଷାଧିକ ଟଙ୍କାର ଗୁଟ୍‌ଖା, ଜର୍ଦ୍ଦା ଜବତ କରାଯାଇଛି । ଏଥିସହ ବିପୁଳ ପରିମାଣର କେମିକାଲ ମଧ୍ୟ ଜବତ ହୋଇଛି । କୋଲକାତାରୁ ଏହି କେମିକାଲ ଆଣି ରଖାଯାଇଥିବା ସୂଚନା ମିଳିଛି । ତେବେ ସେହି କଟକରେ ପୂର୍ବରୁ ମଧ୍ୟ ଏଭଳି ଅନେକ ନକଲି ଗୁଟ୍‌ଖା, ଜର୍ଦ୍ଦା କାରଖାନା ଉପରେ ଚଢ଼ଉ ହୋଇଛି ।