Odia News Portal

ବାୟା କଲା ଶାଳୀ ପ୍ରେମ, ବାହାହେବା ଲାଗି ୪ ଝିଅଙ୍କୁ ମାରିଲା ବାପା

ଜୟପୁର: ଶାଳୀ ପ୍ରେମରେ ଉବୁଟୁବୁ ହେଉଥିଲା ଭିଣୋଇ । ଶାଳୀକୁ ଘରକୁ ଆଣିବା ଲାଗି ହେଉଥିଲା କନକନ । ଆଉ ତାଙ୍କ ବିବାହରେ ପ୍ରତିବଦ୍ଧକ ସାଜୁଥିଲେ ୪ ଝିଅ । ଶେଷରେ ସେମାନଙ୍କୁ ମାରିଦେଇଛି ନିଜ ଜନ୍ମକଲା ବାପା । ରାଜସ୍ଥାନରୁ ଆସିଛି ଏଭଳି ଖବର । ଯାହାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା ।

ସ୍ତ୍ରୀ ଚାଲିଯିବା ପରେ ଶାଳୀ ସହ ଭାବ ଲଗାଇଥିଲା ଅଭିଯୁକ୍ତ ପୁରୁଖା ରାମ । ଆଉ ବିବାହ କରି ଘରକୁ ଆଣିବାକୁ ଚାହୁଁଥିଲା । କିନ୍ତୁ ୪ ଚାରି ଝିଅ କଣ୍ଟା ସାଜିଥିଲେ । ଏଣୁ ସେମାନଙ୍କୁ ରାସ୍ତାରୁ ହଟାଇବା ଲାଗି ବିଷ ଦେଇ ମାରି ଦେଇଥିଲା । ଆଉ ଶେଷରେ ସେମାନଙ୍କୁ ନେଇ ପାଣିରେ ଭସାଇ ଦେଇଥିଲା । ଶେଷରେ ଲୋକଲଜ୍ଜା ସହି ନପାରି ନିଜେ ଆତ୍ମହତ୍ୟ ଉଦ୍ୟମ କରିଥିଲା । ପଡୋଶୀ ଖବର ଦେବା ପରେ ପୋଲିସ ଅଭିଯୁକ୍ତକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।