Odia News Portal

୨୬ଶହରୁ ଊଦ୍ଧ୍ୱର୍ ଗାଡ଼ି ମାଲିକଙ୍କୁ ଜରିମାନା

ରାଜ୍ୟ ପରିବହନ ପ୍ରାଧିକରଣ ଗତ ୧୧ ଦିନ ଭିତରେ ୨୬୭୪ଟି ଯାନ ବିରୋଧରେ ଚାଲାଣ ଜାରି କରାଯାଇଛି । ଯେଉଁଥିରେ ହାଇ ସିକୁ୍ୟରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ(ଏଚ୍ଏସ୍ଆର୍ପି) ଏବଂ କଲର-କୋଡ ଷ୍ଟିକର ଲଗାଯାଇନଥିଲା ।
ପ୍ରକାଶ ଯେ, ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ, କେନ୍ଦ୍ର ସରକାରଙ୍କ ସିଏମ୍ଭିଆର୍ର ନିୟମ ୫୦ ଓ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଆଦେଶରେ ସଂଶୋଧନ କରିଛନ୍ତି । ରାଜ୍ୟ ପରିବହନ ବିଭାଗ ୨୦୨୨ ଜୁନ ୧ ତାରିଖ ପୂର୍ବରୁ ସମସ୍ତ ଶ୍ରେଣୀ ପୁରୁଣା ଯାନ ପାଇଁ ଏଚ୍ଏସ୍ଆର୍ପି ବାଧ୍ୟତାମୂଳକ କରିଛନ୍ତି । ଯାହା ୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜିକୃତ ହୋଇଥିଲା । ବିଭିନ୍ନ ସିରିଜର ଯାନ ପାଇଁ ଦିଆଯାଇଥିବା ତାରିଖ ଅନୁଯାୟୀ ଚାଲାଣଗୁଡିକ ଜାରି କରାଯାଇଛି । ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜିକୃତ ହୋଇଥିବା ପୁରୁଣା ଯାନଗୁଡିକ ଯାହାକି ଓଡିଶା ରେଜିଷ୍ଟ୍ରେସନ ମାର୍କ ଏବଂ ୧, ୨, , ୩, ୪, ୫, ୬ ରେଜିଷ୍ଟ୍ରେସନ ନମ୍ବର ବହନ କରୁଥିବା ପୁରୁଣା ଯାନଗୁଡିକରେ ଏଚ୍ଏସ୍ଆର୍ପି ସଂଲଗ୍ନ କରିବାର ସମୟସୀମା ୨୦୨୨ ଡିସେମ୍ବର ୩୧ରେ ଶେଷ ହୋଇଥିଲା । ୭ ଏବଂ ୮ ସହିତ ସମାପ୍ତ ହେଉଥିବା ଯାନ ସଂଖ୍ୟା ପାଇଁ ଶେଷ ତାରିଖ ୨୦୨୩ ଜାନୁଆରୀ ୩୧ରେ ଶେଷ ହୋଇଛି । ୯ ଏବଂ ୦ ସହିତ ଶେଷ ହେଉଥିବା ଯାନଗୁଡିକ ପାଇଁ ଶେଷ ତାରିଖ ହେଉଛି ଫେବୃଆରୀ ୨୮ । ତେବେ ଏପର୍ଯ୍ୟନ୍ତ ଜାରି କରାଯାଇଥିବା ଚାଲାଣଗୁଡିକ ମଧ୍ୟରେ ଅଧିକାଂଶ ଯାନ ଦୁଇ ଚକିଆ ବୋଲି ଜଣାଯାଇଛି । ୫୦୦୦ ଟଙ୍କା ଜରିମାନା ଉଲ୍ଲଙ୍ଘନକାରୀଙ୍କ ଉପରେ ଲଗାଯାଇଛି ।