Odia News Portal

କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ । ମୁଖ୍ୟ ଚିକିତ୍ସାଳୟର ସିଟି ସ୍କାନ ଓ ଡାୟଲିସିସ୍ ସେଣ୍ଟରରେ ଏସିରେ ଲାଗିଲା ନିଆଁ । ସିଟି ସ୍କାନ ଓ ଡାୟଲିସିସ ସେଣ୍ଟରରେ ଚିକିତ୍ସାଧିନ ୧୧ ଜଣ ରୋଗୀ ଏବେ ସୁରକ୍ଷିତ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସିଟି ସ୍କାନ ଓ ଡାୟଲିସିସ କେନ୍ଦ୍ରରେ କୌଣସି କାରଣରୁ ଏସିରୁ ସଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା ।
ସଙ୍ଗେ ସଙ୍ଗେ ସେଠାରେ ଥିବା ସୁରକ୍ଷା କର୍ମୀ ଓ ମେଡିକାଲ ଷ୍ଟାଫ ପହଞ୍ଚି ଅଗ୍ନି ନିର୍ବାପକ ଯନ୍ତ୍ର ସାହଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ । ସେହି ସମୟରେ କଠୋରୀ ଭିତରେ ଏଗାର ଜଣ ରୋଗୀ ଥିଲେ । ତୁରନ୍ତ ୬ ଜଣ ଡାକ୍ତର ଓ ୨୦ରୁ ଉର୍ଦ୍ଧ୍ଵ ମେଡିକାଲ କର୍ମଚାରୀ ପହଞ୍ଚି ସମସ୍ତ ରୋଗୀଙ୍କୁ ସେଠାରୁ ସୁରକ୍ଷିତ ବାହାର କରିଥିଲେ । ସେହି ସମୟରେ ଜଣେ ରୋଗୀ ବେହୋସ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଡାକ୍ତରୀ ଦଳ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।