Odia News Portal

ICCକୁ ଗାଭାସ୍କରଙ୍କ ପରାମର୍ଶ, WTC ଫାଇନାଲ ମ୍ୟାଚ ଡ୍ର ହେଲେ ନିଅନ୍ତୁ ଏହି ନିଷ୍ପତି


ସାଉଥମ୍ପଟନ୍‌: ବିଶ୍ୱ ଶେଷ୍ଟ ଚାମ୍ପିୟନସିପର ଆଜି ହେଉଛି ଅନ୍ତିମ ଦିବସ । ଖେଳ ଆରମ୍ଭ ଦିନରୁ ବର୍ଷା ବାଧକ ସାଜିଛି । ପ୍ରଥମଥର ଲାଗି ଏତେ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି ଆଇସିସି । ତେବେ ଲଗାତାର ବର୍ଷା ପ୍ରଭାବରୁ ଖେଳ ହେଉନାହିଁ । ତେବେ ଫାଇନାଲ ମ୍ୟାଚ ଡ୍ର ହେବା ଏକପ୍ରକାର ସୁନିଶ୍ଚିନ୍ତ ହୋଇଯାଇଛି । ତେବେ ମ୍ୟାଚକୁ ନେଇ ମୁହଁ ଖୋଲିଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ।

ଗାଭାସ୍କର କହିଛନ୍ତି କି, ପ୍ରଥମଥର ଲାଗି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଛି । ବର୍ଷା ମ୍ୟାଚକୁ ପାଣିଚିଆ କରିଦେଇଛି । ତେବେ ଏହି ମ୍ୟାଚ ଡ୍ର ହେଲେ ଭଲ ହେବ ନାହିଁ । ଉଭୟ ଦଳ ଇଂଲଣ୍ଡରେ ଏବେ କିଛିଦିନ ରହିବେ । ଏଣୁ ୩ରୁ ୪ଦିନ ପରେ ଆଉ ଏକ ମ୍ୟାଚ ଆୟୋଜନ କରାଯାଉ । ଏହି ମ୍ୟାଚରେ ଫାଇନାଲ ବିଜେତା ବଛାଗଲେ ଭଲ ହୁଅନ୍ତା । ପ୍ରଥମଥର ଲାଗି ଆୟୋଜନ ହୋଇଥିବା ଟୁର୍ଣ୍ଣାମେଣ୍ଟ ଯୁଗ୍ମବିଜେତା ହେବାକୁ ଯାଉଛି । ତେବେ ଫୁଟବଲରେ ଯେଭଳି ପେନାଟି ସଟ୍‌, ଟେବୁଲ ଟେନିସରେ ଯେଭଳି ଡ୍ର ହେଲେ ଆଉ ଗୋଟିଏ ସେଟ୍ ଖେଳାଯାଏ । ସେଭଳି ଆଉ ଏକ ମ୍ୟାଚ ଖେଳାଯାଉ ।