Odia News Portal

ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ବ୍ରହ୍ମପୁର: ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ୧୬ ନମ୍ୱର ଜାତୀୟ ରାଜପଥ ତାମ୍ପରା ନିକଟରେ ଘଟିଛି ଦୁର୍ଘଟଣା । ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି |ସେହିଭଳି ସୁରକ୍ଷାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥର ଦୁଇ ପାର୍ଶ୍ୱକୁ ସିଲ୍ କରାଯାଇଛି | ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଯାନବାହାନ ।

ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ଗ୍ୟାସ୍‌ ଟ୍ୟାଙ୍କର । ହଠାତ୍‌ ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ଗ୍ୟାସ୍‌ ଟ୍ୟାଙ୍କର । ଯାହାଫଳରେ କି ରାସ୍ତାର ଉଭୟ ପାର୍ଶ୍ୱରେ ଅଟିକି ରହିଛି ଅନେକ ଗାଡି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଓଲଟିବା ସତ୍ତ୍ୱେ ଗ୍ୟାସ୍ ଲିକ୍ ହୋଇନାହିଁ । କିନ୍ତୁ ସତ୍ତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ରାସ୍ତାର ଦୁଇ ପାର୍ଶ୍ୱକୁ ସିଲ୍ କରାଯାଇଛି । ଲୋକଙ୍କ ଯାତାୟାତ ଉପରେ ରୋକ୍ ଲଗାଯାଇଛି । କୌଣସି ପ୍ରକାର ଅଘଟଣ ଯେଭଳି ନଘଟେ ଏଥିଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।