କିଛି କାହାଣୀ ଆପଣଙ୍କୁ କେବଳ ଭାବନାରେ ରଖେନାହିଁ , ବରଂ ଆପଣଙ୍କ ଆଖିରେ ଲୁହ ଆଣିଦିଏ । ଠିକ୍ ସେହିପରି ଏକ ହୃଦୟସ୍ପର୍ଶୀ କାହାଣୀ ଯାହା ଆଜି ଆପଣଙ୍କ ଆଖିରେ ଲୁହ ଭରିଦବ ଏବଂ ଜୀବନର ପ୍ରତିଦୃଷ୍ଟିକୋଣ କୁ ବି ବଦଳାଇଦେବ ।ଏହା ଏପରି ଜଣେ ପୁଅର କାହାଣୀ ଯିଏ ଅନ୍ୟମାନଙ୍କ ମାଧ୍ୟମରେ ବଞ୍ଚି ରହିଛି । ଇନ୍ଦୋରର ଜଣେ ଯୁବକ ଗୈାରବ ପିଲାଦିନରୁ ମୋୟାମୋୟା ନାମକ ଏକ ବିରଳ ମସ୍ତିଷ୍କ ରୋଗରେ ପୀଡ଼ିତ ଥିଲେ , ପରେ ି ଡ଼କ୍ଟର ଙ୍କ ଦ୍ୱାରା ବ୍ରେନ ଡେଡ଼୍ ବା ମସ୍ତିଷ୍କ ମୃତ ଘୋଷଣା ହେବା ପରେ ତାଙ୍କ ପରିବାର ଲୋକେ ଏମିତି ଏକ ସାହାସିକ ନିଷ୍ପତ୍ତି ନେଇଥିଲେ ଯେକୈାଣସି ପିତାମାତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଓ ହୃଦୟବିଦାରକ ଅଟେ । ବ୍ରେନ ଡେଡ଼୍ ବା ମସ୍ତିଷ୍କ ମୃତ ଘୋଷଣା ହେବା ପରେ ତାଙ୍କ ପିତାମାତା ଗୈାରବ ଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଅସୀମ ଦଃୁଖର ମୁହୁର୍ତ୍ତରେ ମଧ୍ୟ ସେମାନେ ଅନ୍ୟ ପରିବାରକୁ ଆସାର କିରଣ ଦେଇଥିଲେ । ତାଙ୍କ ହାର୍ଟ , ଯକୃତ , କିଡ଼ନୀ ଏବଂ ଆଖି ୪ଜଣ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ ଜୀବନ ରକ୍ଷା କରି ଏକ ନୂଆ ସୁଯୋଗ ପ୍ରଦାନ କରିଛି । ଗୌରବଙ୍କ ଯକୃତ୍ ଇନ୍ଦୋରର ଜଣେ ୪୨ ବର୍ଷୀୟ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିବା ବେଳେ, ଦୁଇଟି ବୃକକ ଇନ୍ଦୋରର ଅନ୍ୟ ଏକ ହସପିଟାଲରେ ୨୨ ଓ ୫୫ ବର୍ଷୀୟା ଦୁଇ ଜଣ ମହିଳାଙ୍କୁ ନୂଆ ଜୀବନ ଦେଇଛି। ସେହିପରି ଗ୍ରୀନ୍ କରିଡର ମାଧ୍ୟମରେ ତାଙ୍କ ହୃତପିଣ୍ଡକୁ ବିମାନ ଯୋଗେ ଗୁଜରାଟର ଅହମ୍ମଦାବାଦ ପଠାଯାଇ ଜଣେ ୨୮ ବର୍ଷୀୟ ହୃଦରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତ୍ୟାରୋପଣ କରାଯାଇଛି। ଏହାବାଦ୍ ତାଙ୍କ ଚକ୍ଷୁକୁ ଇନ୍ଦୋରର ଶଙ୍କର ଆଖି ହସପିଟାଲରେ ଗଚ୍ଛିତ ରଖାଯାଇଛି। ନିଜ ପୁଅକୁ ବିଦାୟ ଦେବା ସମୟରେ ଅଙ୍ଗଦାନ ପାଇଁ ହଁ କହିବାକୁ ପିତାମାତାଙ୍କୁ କେତେ ସାହସର ଆବଶ୍ୟକତା ପଡ଼ିଥାଏ , ତାହା କେବଳ କଳ୍ପନା କରାଯାଇପରେ । ତାଙ୍କ ପିତାମାତା ଗୈାରବ ଙ୍କୁ ବିଦାୟ ଦେବାର ଏହି ହୃଦୟବିଦାରକ ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟକୁ ଛୁଇଁଥିଲା । ଏହା କେବଳ କାହାକୁ ହରାଇବାର କାହାଣି ନୁହେଁ ବରଂ ଏକ ମାନବିକତାର କାହାଣୀ ଓ ଏକ ସାହସର କାହାଣୀ । ଏହି ନିଃସ୍ୱାର୍ଥପର ଶୁଭ କାର୍ଯ୍ୟକୁ ସମ୍ମାନ ଜଣାଇ ଗୈାରବଙ୍କ ଶେଷ ଯାତ୍ରା ସମୟରେ ତାଙ୍କୁ ଗା ର୍ଡ଼ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ଏହି ଭିଡ଼ିଓ କେବଳ ଗୈାରବଙ୍କ ପାଇଁ ଏକ ଶ୍ରଦ୍ଧାଞଳି ନୁହେଁ ଏହା ଆମ ସମସ୍ତଙ୍କ ପାଇଁ ଆହ୍ୱାନ । ଆମ ମୃତ୍ୟୂ ପରେ ନିଆ୍ାଇଥିବା ଗୋଟିଏ ନିଷ୍ପତ୍ତି ଅନ୍ୟକାହାର ଭବିଷ୍ୟତ ବା ଜୀବନ ହୋଇପାରେ
